ପ୍ରେମର ପହିଲି ପୁଲକ
ପ୍ରେମର ପହିଲି ପୁଲକ
ଫେବୃଆରୀ ମାସ ପରବ, ସାତରୁ ଚଉଦ ଯାକ
ପାଳନ୍ତି ପ୍ରେମ ସପ୍ତାହ, ଯେତେ ପ୍ରେମକା ପ୍ରେମିକ
ନିଝୁମ ରାତିର ସପନେ, ପଡେ ଆଖି ପଲକ
ଚାହୁଁଥାନ୍ତି କାଳ କରାଳେ, ଦୁହେଁ ଏକ ଆରେକ ।
ବିଭୋର ବେଳାରେ ମାଗନ୍ତି, ଦୁହେଁ ପ୍ରେମର ଭିକ
ଆଲିଙ୍ଗନେ ଲୀନ କେଉଁ ସେ, ପ୍ରଜାତି ପୋକ-ଜୋକ
ସମ ମୁଦ୍ରାରେ ଥା'ନ୍ତେ କି, ସାରା ତମସା ଯାକ
ସ୍ୱାଧୀନତା ଦିଏ ସମୟ, ନାହିଁ କିଛି ତ ରୋକ ।
ଲାଗି ରହିଥାଉ ଅନ୍ଧାର, ନ ଆସୁରେ ଆଲୋକ
ମେଣ୍ଟିଯାଉ ସବୁ ତୃଷା, ପୁଣି ସବୁ ପ୍ରେମ ଭୋକ
ଆଖି ଭାଷିଯାଏ ସବୁ ଯେ, ମୁଖ ଥାଏ ତ ମୁକ
ବୁଝି ବୁଝି ସବୁ ଅବୁଝା, କରେ ଦେହ ନାଟକ ।
ଅମା ଅପସରି ଆଲୋକ, ଆସେ ଯେବେ ଅଚାନକ
ଭାବି ହେଇ ମନେ ମନାନ୍ତି, ଗତ ରାତିର ଶୋକ
ଆଉ ମୋଡିବେନି ପଛକୁ, କହୁ ପଛେ ଯା' ଲୋକ
ଏଣୁ ବଦଳିଲା ସେଦିନୁ, ଦୁହିଁଙ୍କ ପ୍ରେମର ଭେକ ।
ପରୀକ୍ଷିତ ଅଟେ ଏ ପ୍ରେମ, ଯେନ୍ହେଁ ଅଙ୍ଗାରେ କନକ
ଦେହ ମନ ପ୍ରେମ-ରଥର, ଦୁହେଁ ଅଖ ଓ ଚକ
ନାହିଁ ଭାଷା ଆଉ ଜିହ୍ୱାରେ, କହିବାକୁ ଅନେକ
ପ୍ରେମ ପରିଭାଷା ବିଭିନ୍ନ, ବର୍ଣ୍ଣିବେ କବି ଲେଖକ ।

