STORYMIRROR

Amaresh Kumar Hanuman

Romance Fantasy Thriller

4  

Amaresh Kumar Hanuman

Romance Fantasy Thriller

ପ୍ରେମର ପହିଲି ପୁଲକ

ପ୍ରେମର ପହିଲି ପୁଲକ

1 min
346

ଫେବୃଆରୀ ମାସ ପରବ, ସାତରୁ ଚଉଦ ଯାକ

ପାଳନ୍ତି ପ୍ରେମ ସପ୍ତାହ, ଯେତେ ପ୍ରେମକା ପ୍ରେମିକ

ନିଝୁମ ରାତିର ସପନେ, ପଡେ ଆଖି ପଲକ

ଚାହୁଁଥାନ୍ତି କାଳ କରାଳେ, ଦୁହେଁ ଏକ ଆରେକ ।


ବିଭୋର ବେଳାରେ ମାଗନ୍ତି, ଦୁହେଁ ପ୍ରେମର ଭିକ

ଆଲିଙ୍ଗନେ ଲୀନ କେଉଁ ସେ, ପ୍ରଜାତି ପୋକ-ଜୋକ

ସମ ମୁଦ୍ରାରେ ଥା'ନ୍ତେ କି, ସାରା ତମସା ଯାକ

ସ୍ୱାଧୀନତା ଦିଏ ସମୟ, ନାହିଁ କିଛି ତ ରୋକ ।


ଲାଗି ରହିଥାଉ ଅନ୍ଧାର, ନ ଆସୁରେ ଆଲୋକ

ମେଣ୍ଟିଯାଉ ସବୁ ତୃଷା, ପୁଣି ସବୁ ପ୍ରେମ ଭୋକ

ଆଖି ଭାଷିଯାଏ ସବୁ ଯେ, ମୁଖ ଥାଏ ତ ମୁକ

ବୁଝି ବୁଝି ସବୁ ଅବୁଝା, କରେ ଦେହ ନାଟକ ।


ଅମା ଅପସରି ଆଲୋକ, ଆସେ ଯେବେ ଅଚାନକ

ଭାବି ହେଇ ମନେ ମନାନ୍ତି, ଗତ ରାତିର ଶୋକ

ଆଉ ମୋଡିବେନି ପଛକୁ, କହୁ ପଛେ ଯା' ଲୋକ

ଏଣୁ ବଦଳିଲା ସେଦିନୁ, ଦୁହିଁଙ୍କ ପ୍ରେମର ଭେକ ।


ପରୀକ୍ଷିତ ଅଟେ ଏ ପ୍ରେମ, ଯେନ୍ହେଁ ଅଙ୍ଗାରେ କନକ

ଦେହ ମନ ପ୍ରେମ-ରଥର, ଦୁହେଁ ଅଖ ଓ ଚକ

ନାହିଁ ଭାଷା ଆଉ ଜିହ୍ୱାରେ, କହିବାକୁ ଅନେକ

ପ୍ରେମ ପରିଭାଷା ବିଭିନ୍ନ, ବର୍ଣ୍ଣିବେ କବି ଲେଖକ ।


Rate this content
Log in

Similar oriya poem from Romance