ଗାୟିକା, ଭାରତ ରତ୍ନ ଲତା
ଗାୟିକା, ଭାରତ ରତ୍ନ ଲତା
ଆସିଲା ଶୋକ ଖବର, ଚାଲିଗଲେ ଦିଦି ଲତା
ଲାଗିଲା ନିଜକୁ ବୋଧେ, ଖବରେ ନାହିଁ ସତ୍ୟତା
ସଙ୍ଗୀତର ଜନକ ଥିଲେ, ଥିଲେ ବି ସେ ଯେ ମାତା
ବଲିଉଡ୍, ନୟନ ହେଲେ, ଥିଲେ ସେ ତା' ଭ୍ରୂଲତା |
କଣ୍ଠ ସୁର ଥିଲା ତାଙ୍କ, ଯେପରି ଖିଅରେ ସୁତା
ଗାଇଛନ୍ତି ତିରିଶି ସହସ୍ର, ସଙ୍ଗୀତ କବିତା
ବର୍ଷ ସରିଯିବ ବାଜିଲେ, ସେ ଗୀତ ସଂହିତା
ସଂଗୀତର ଥିଲେ ସବୁ, ସେ ପୁରସ୍କାର ବିଜେତା |
ଶ୍ରଦ୍ଧାଞ୍ଜଳି ଦେଉଛନ୍ତି, ସବୁ ନେତା ଅଭିନେତା
ତାଙ୍କ ନିଧନେ ଦେଶରେ, ଦି' ଦିନ ଶୋକ ସୁଚିତା
ଥିଲା ତାଙ୍କ ମା' ମମତା, ନ ଥିଲେ ବି ଦୁହିତା
ସତ୍ୟ ସାଗରର ବିନ୍ଦୁ, ଥିଲେ ସୁଶୀଳେ ପୁରିତା |
