STORYMIRROR

Amaresh Kumar Hanuman

Romance Fantasy Inspirational

4  

Amaresh Kumar Hanuman

Romance Fantasy Inspirational

ତୁମ ଆଗମନେ

ତୁମ ଆଗମନେ

1 min
10

ତୁମେ ମୋ ଜୀବନେ ଅଟ ସୁନ୍ଦର ସକାଳ
ଚାହିଁଥିଲି ଯାହା ତୁମେ ଅଟ ଅବିକଳ
ତୁମ ଆଗମନେ ମୋର ସଂସାର ହସିଲା
ଈଶ୍ୱରଙ୍କ ଆଶୀର୍ବାଦ ଘରେ ପ୍ରବେଶିଲା ।୧।

ତୁମ ସ୍ନେହ ତ୍ୟାଗ ଆଉ ମମତାର ସୁଧା
ଦୂର କରେ ଜୀବନର ସବୁ କ୍ଳେଶ-ବାଧା ​
ନିଜ ସୁଖ ଭୁଲି ତୁମେ ସଜାଇଛ ଘର
ନିଖୁଣ ମମତା ତୁମ ଅଟେ ପ୍ରେମ-ଝର ।୨।

ଜୀବନର ସୁଖ-ଦୁଃଖ ପ୍ରତିଟି ମୋଡ଼ରେ
ରଖିଛ ସାଇତି ମତେ ପ୍ରେମର ନୀଡ଼ରେ ​
ସ୍ଖଳିତ ହେବନି ପ୍ରେମ ପ୍ରତିଶ୍ରୁତି ମୋର
ଘେନ ପ୍ରେମ ନିବେଦନ ପ୍ରିୟା ମୋ ସୁନ୍ଦର ।୩।

ସାରା ଜୀବନ ଏମିତି ପ୍ରେମ କରୁଥିବ
ସାଥୀ ମୋର ହୋଇ ପ୍ରତି ପାଦେ ଚାଲୁଥିବ
ସୁଖ ହେଉ ଦୁଃଖ ହେଉ ଧରିଥିବି ହାତ
ନାଉରିଆ ମୁଁ ଯେ ତୁମ ଚଳାଇବି କାତ ।୪।

ଜୀବନରେ ଯଦି ଅଛି ଖେଦ ଶୋକ କୋହ
ବଦଳି ସେସବୁ ହେଉ ପ୍ରେମ ଶ୍ରଦ୍ଧା ସ୍ନେହ
ଚିରକାଳ ବିତିଯାଉ ହସଖୁସି ମନ
ପ୍ରେମ ଉପହାରେ ଯାଉ ଭରି ପ୍ରତିଦିନ ।୫।

ନୂତନ ​ଜୀବନ ବର୍ଷେ ପ୍ରଭୁ-ଅନୁଗ୍ରହ
ଆଣୁ ତୁମ ପାଇଁ ସଦା ଆନନ୍ଦ ପ୍ରବାହ
ପ୍ରଭୁଙ୍କ ଆଶୀଷ ସଦା ତୁମ ସାଥେ ଥାଉ
ଜୀବନ ଆମର ପ୍ରେମ ଗୀତ ଗାଇଯାଉ ।୬। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance