STORYMIRROR

Anam Charan Sahoo

Romance

5.0  

Anam Charan Sahoo

Romance

ଆଲୋ ସୁନାଗୋରୀ

ଆଲୋ ସୁନାଗୋରୀ

1 min
27.2K


ଆଲୋ ସୁନାଗୋରୀ ଯାଏ ମୁହିଁ ମରି

ଦେଖି ତୋର ହାବନାବ

ନବ ଯଉବନା ବାଜେ ପ୍ରେମ ବୀଣା

ସୁୁୁରତିିରେ ରତିି ଭାବ।୦।


ଆଖିରେ ଇଶାରା କରୁ ତୁହି ପରା

ଓଠ କହେ ତୋର କଥା

ଚାଲିରେ ତୋହର ଫୁୁୁଟଇ କମଳ

ମନ ହଜେ ଶୁଣିି ଗାଥା

ଗଭାରେ ତୋହର ଗଜରାର ମାଳ

ଦେଖି ଲାଗେ ଯିବ ଜୀବ।୧।


କଣେଇ କଣେଇ ଚାହୁଁଁ ଯେବେ ପୁଣି

ଏଣୀ ନୟନା ତୁୁ ମୋର

ହୃଦୟ ସ୍ପନ୍ଦନ ଘୋଷେ ତୁୁମ ନାମ

ଶ୍ରୁତି ଶୁୁଣେ ବାରବାର

ହେବୁ ଯେବେ ସାଥି ଦିନ ଯିବ ବିିିତି

ଚଳିବ ସଂସାର ନାବ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance