ସଜନୀ ଶୁଣ ଥରେ
ସଜନୀ ଶୁଣ ଥରେ
ରାତ୍ରିର କାଳିମା ଟା ଛାଡିନି ଏ ଯାଏଁ
ପାହାନ୍ତି ତାରା ଟା ବୁଡିନି ଏ ଯାଏଁ
କାହିଁ କାଉ ମନେ ରାବି ନାହାନ୍ତି ତ
କାହିଁ ଯେ ମୋତେ ତୁମେ,ଉଚ୍ଚ ସ୍ୱରେ ଡାକ
ସପନ ମୋ ଭାଙ୍ଗିଜିଵ,ସ୍ମୃତି ସବୁ ହଜିଯିବ
ଆଉ ଟିକେ ସମୟ,ମୋତେ ଶୋଇବାକୁ ଦିଅ
ଏ କଥା ତ ସତ ,ନିଶ୍ଚୟ ସକାଳ ପାହିବ
ବିପଦର ଅମା ଅନ୍ଧକାର ନିଶ୍ଚୟ ହଟିବ
ଆଶାର ଏକ ନୂଆ କିରଣ ଖେଳିବ
ଖାଲି ଟିକେ ତୁମେ ସମୟକୁ ଅପେକ୍ଷା କର
ଦୁନିଆ ର ସବୁ କୋଳାହଳ କୁ ଛାଡ଼ିଦେଇ
କେବେ କେବେ ନିରୋଳରେ
ଶୁଣିବାକୁ ଚେଷ୍ଟାକର ନିଜ ଅନ୍ତଃ ସ୍ୱର
ନିଜକୁ ସମର୍ପି ଦିଅ ବିଭୁ ର ପାଖରେ
ହଜିବାକୁ ଚେଷ୍ଟାକର ତାରି ପ୍ରେମରେ
ତୁଛା ଲାଗିବ ଏ ସ୍ବର୍ଗ ସମ ସୁଖ
ମିଛ ମାୟା ଭରା ସଂସାର
ଥରେ ତୁମେ ହୃଦୟରେ ତା ନାମ କୁ ଜପି ଦେଖ
ଥରେ ତୁମେ ତା ନାମରେ ପ୍ରେମ ଗୀତ ଗାଇ ଦେଖ.....
ସୁବ୍ରତ ଜେନା

