STORYMIRROR

subrat kumar jena

Romance

3  

subrat kumar jena

Romance

ସଜନୀ ଶୁଣ ଥରେ

ସଜନୀ ଶୁଣ ଥରେ

1 min
7.7K


ରାତ୍ରିର କାଳିମା ଟା ଛାଡିନି ଏ ଯାଏଁ

ପାହାନ୍ତି ତାରା ଟା ବୁଡିନି ଏ ଯାଏଁ

କାହିଁ କାଉ ମନେ ରାବି ନାହାନ୍ତି ତ

କାହିଁ ଯେ ମୋତେ ତୁମେ,ଉଚ୍ଚ ସ୍ୱରେ ଡାକ

ସପନ ମୋ ଭାଙ୍ଗିଜିଵ,ସ୍ମୃତି ସବୁ ହଜିଯିବ

ଆଉ ଟିକେ ସମୟ,ମୋତେ ଶୋଇବାକୁ ଦିଅ

ଏ କଥା ତ ସତ ,ନିଶ୍ଚୟ ସକାଳ ପାହିବ

ବିପଦର ଅମା ଅନ୍ଧକାର ନିଶ୍ଚୟ ହଟିବ

ଆଶାର ଏକ ନୂଆ କିରଣ ଖେଳିବ

ଖାଲି ଟିକେ ତୁମେ ସମୟକୁ ଅପେକ୍ଷା କର

ଦୁନିଆ ର ସବୁ କୋଳାହଳ କୁ ଛାଡ଼ିଦେଇ

କେବେ କେବେ ନିରୋଳରେ

ଶୁଣିବାକୁ ଚେଷ୍ଟାକର ନିଜ ଅନ୍ତଃ ସ୍ୱର

ନିଜକୁ ସମର୍ପି ଦିଅ ବିଭୁ ର ପାଖରେ

ହଜିବାକୁ ଚେଷ୍ଟାକର ତାରି ପ୍ରେମରେ

ତୁଛା ଲାଗିବ ଏ ସ୍ବର୍ଗ ସମ ସୁଖ

ମିଛ ମାୟା ଭରା ସଂସାର

ଥରେ ତୁମେ ହୃଦୟରେ ତା ନାମ କୁ ଜପି ଦେଖ

ଥରେ ତୁମେ ତା ନାମରେ ପ୍ରେମ ଗୀତ ଗାଇ ଦେଖ.....

ସୁବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance