ସାଙ୍ଗ ସନ୍ଧ୍ୟାରାଣୀ
ସାଙ୍ଗ ସନ୍ଧ୍ୟାରାଣୀ
ପଢୁଥିଲା ସାଙ୍ଗେ ଟେ କେବେ, ଷଷ୍ଠ-ସପ୍ତମ ଶ୍ରେଣୀ
ମନେପଡେ ଭାବି ପୁରୁଣା, ଛବି ତା' ଲମ୍ବା ବେଣୀ
ପୁଣି ହୃଦୟ ତା' ଭାରି ଭଲ, ତା' ମନ ମୁକ୍ତା-ମଣି
ଝିଅ ଭିତରେ ଆଉଜଣେ, ନାଁ ତା' ସନ୍ଧ୍ୟାରାଣୀ |
ବାହାଘର ଉତ୍ସବ ଦିନ ତା', ଆଜି ମୁଁ ନଥିଲି ଜାଣି
ଅନ୍ୟ ଗହଣରୁ ଜାଣିଲି, ଆଜି ସନ୍ଧ୍ୟାରେ ଶୁଣି
ଏହି ଦିନ ଆଉ କେବେ ବି, ଭୁଲି ହେବନି ପୁଣି
କାରଣ ଘରଟେ କଲା ହୃଦେ, ସେ ପ୍ରେମରେ ବୁଣି |
ଆଜି ଦିନେ ସାଜିଥିଲା ସେ, ତା'ର ରଜାର ରାଣୀ
ରଜା ଦୁଃଖ ଯାଉ ଉଡି ଦେଖି, ତା' ହସ ମୁହଁ ଠାଣି
ଜନାଦୃତ ତାଙ୍କ ଦୁହିଁଙ୍କ, ହେଉ ପ୍ରେମ କାହାଣୀ
ଏମିତି ଚିରକାଳ ସଭିଙ୍କ, ସେ ମନ ନେଉ କିଣି |

