STORYMIRROR

Rabindra kumar Sahoo

Romance

3  

Rabindra kumar Sahoo

Romance

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
179

  

  ଭ୍ରାମ୍ୟମାଣ ଯାନ ପରି ଅଟେ ଆମ ଜୀବନ

   କେବେ ହସୁ କେବେ କାନ୍ଦୁ 

   ଏ ହସ କାନ୍ଦ ସୁଖ ଦୁଃଖର

   ଚକା ଭଉଁରୀ ରେ ଆମେ କରୁଥାଏ ଘୂର୍ଣ୍ଣନ

   କେବେ ଆମ ଜୀବନେ

     ଆସେ ପ୍ରାତଃ କାଳ

    କେବେ ଆସେ ସନ୍ଧ୍ୟାର ଅନ୍ଧକାର ବେଳ

   ସେହି ସନ୍ଧ୍ୟାର ଆଗମନେ

     ଆମେ ଆମ ଜୀବନେ

   କରିଥାଉ ସନ୍ଧ୍ୟା ଭ୍ରମଣ

   ମନ ଉତ୍ଫୁଲ୍ଲିତ ହୃଦ ଉଲ୍ଲସିତ ହୋଇ

    ଖୋଜିବୁଲେ ପ୍ରିୟା ହୃଦୟର

     ପ୍ରେମର ନନ୍ଦନ କାନନ ।


   ଅସ୍ତଗାମୀ ସୂରୁଯ ମନେ ବୁଣେ ମୁରୁଜ

    ପ୍ରିୟା ଓଠର ହସ ଚହଲାଇ ଦିଏ

     ମନ ଆଉ ମଗଜ

    ସତେ ଅବା ସନ୍ଧ୍ୟା କରିଥାଏ ନିମନ୍ତ୍ରଣ

    ପ୍ରିୟା ହାତରେ ହାତ ଛନ୍ଦି କରିବାକୁ ଭ୍ରମଣ

    ଭ୍ରମର ସାଜି ପ୍ରେମିକ ଖୋଜିବୁଲେ

     ତା ପ୍ରାଣପ୍ରିୟା ସହ କରିବାକୁ

     ଅନ୍ତରଙ୍ଗେ ରମଣ

    ସେ ରମଣୀୟ ମୁହୂର୍ତ୍ତେ

    ପ୍ରିୟତମ ପ୍ରିୟତମା ଯୋଜନାବଦ୍ଧ ଭାବେ

     ଚିନ୍ତିଥାନ୍ତି ପରସ୍ପର ପରସ୍ପର ସହ

     ହେବା ପାଇଁ ମିଳନ ।


   ପ୍ରେମ ପ୍ରଣୟର ମୁହୂର୍ତ୍ତ 

     ଅଟେ ଏ ସନ୍ଧ୍ୟାର ଅନ୍ଧକାର

    ଚାତକ ସଦୃଶ ପ୍ରେମୀ ଯୁଗଳ

     ପ୍ରେମର ଆକର୍ଷଣେ ହୁଅନ୍ତି ପାଗଳ

    ମତୁଆଲା ହୋଇ ପ୍ରେମେ ତାଙ୍କ ପରାଣ

    ଖୋଜି ବୁଲନ୍ତି ପରସ୍ପରକୁ ହୋଇ ଆନ ମନ

    ପ୍ରେମର ଆରମ୍ଭ ମୁହୂର୍ତ୍ତ ମନେ ପ୍ରାଣେ

    ଭରିଦିଏ ଉନ୍ମାଦନା ଏହି ସେ ସନ୍ଧ୍ୟା ଭ୍ରମଣ ।


   ଭ୍ରମର ଭ୍ରମଇ ଯେହ୍ନେ ଚୁମିବାକୁ ପୁଷ୍ପକୁ

   ପୁରୁଷ ସଦୃଶ ଭ୍ରମର

    ଖୋଜେ ତା ପ୍ରାଣ ପ୍ରିୟାକୁ

   ବଢ଼ାଏ ସନ୍ଧ୍ୟାର ଅନ୍ଧକାର

     ଉଭୟଙ୍କ ହୃଦୟର ସ୍ପନ୍ଦନ

    ଲୁଚି ଛପି ଚୋରା ପୀରତିର ମଜା

     କରି ଥାନ୍ତି ଉଭୟେ ଆସ୍ଵାଦନ

    ଆଣିଥାଏ ପ୍ରେମୀ ଯୁଗଳଙ୍କ ପାଇଁ

     ସେ ପରା ମହାମିଳନ

    ମିଳନ ପର୍ବ ରଚଇ ଏ ସନ୍ଧ୍ୟା ଭ୍ରମଣ ।


    ଭ୍ରମିବାର ସୁଖ ଚୁମିବାର ସୁଖ

     ଦିଏ ଏହି ସନ୍ଧ୍ୟା ଭ୍ରମଣ

   ମନ୍ଦ ମନ୍ଦ ଧୀର ସମୀରେ

     ଆନନ୍ଦ ଉଲ୍ଲାସରେ ଝୁମି ଉଠେ

    ପ୍ରେମିକ ପ୍ରେମିକାଙ୍କ ମନ ପ୍ରାଣ

   ସୁ ଶୀତଳ ମନ୍ଦ ସମୀରେ

   ପ୍ରାଣ ପ୍ରିୟା ପ୍ରିୟତମକୁ ଝୁରିମରେ

   ସନ୍ଧ୍ୟା ଘଟାଏ ଅନ୍ତ ପ୍ରତୀକ୍ଷାର

   ଆଣି ଦିଏ ଉଭୟଙ୍କ ମଧ୍ୟେ ମହାମିଳନର

   ସେ ଭରିଦିଏ 

   ଉଭୟଙ୍କ ମଧ୍ୟେ ମହା ଆକର୍ଷଣ

   ଶୁଭ ମୁହୂର୍ତ୍ତ ସେହି 

   ନୂତନ ସୃଷ୍ଟି ଓ ସମ୍ଭାବନାର କରଇ ସୃଜନ

    ସୃଷ୍ଟିର ନୂତନ ସମ୍ପର୍କର କାରଣ

    ସେହି ଅଭୁଲା ମୁହୂର୍ତ୍ତ ସନ୍ଧ୍ୟା ଭ୍ରମଣ 

   କେତେ କେତେ ନୂତନ ଦାମ୍ପତ୍ୟ ଜୀବନର

    ସୃଷ୍ଟି ସେହି ଜାଣ ସେ ସଭିଙ୍କର

    ଚିର ସାଥୀ ଶୁଭ ମୁହୂର୍ତ୍ତଟି 

     ଆମ ପାଇଁ ପ୍ରିୟ ସେହି 

       ଆମ ସନ୍ଧ୍ୟା ଭ୍ରମଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance