ଅଭିମାନ
ଅଭିମାନ
ରାଗିଛ କି ଧନ ତୁମେ
ଶୁଣୁ ନାହଁ ଡାକ ମୋର
ଏକୁଟିଆ ଲାଗେ ଭାରି
କରିଲ କି ମୋତେ ପର ।
ପ୍ରୀତି ତୁମ କେତେ ମିଠା
ଆଖି ବୁଜି ପିଏ ଓଠ
ଆଲିଙ୍ଗନ କଲାପରେ ପରେ
ଭୁଲିଯାଏ ସବୁ ଦୁଃଖ ।
କାହିଁ ଅଭିମାନ କରି ବସିଛ
ଲୁଚେଇ ରଖିଛ ମୁହଁ
ଋଷିବା ଆସେନି ତୁମକୁ ତଥାପି
କାହିଁ ଅଭିମାନ କୁହ ।
ହଜିଥିଲେ କିଛି ଖୋଜି ଆଣିଦେବି
ଭାଙ୍ଗିଥିଲେ ଗଢ଼ିଦେବି
ତୁମ ପାଇଁ କହିଲେ ଥରୁଟିଏ ମୋତେ
ଜହ୍ନ ଆଣି ହାତେ ଦେବି ।
ଗୁମ୍ ସୁମ୍ ହୋଇ କାହିଁକି ରହୁଛ
ହେଲା ବାବା ଭୁଲ ମୋର
ମାନିଯାଅ ଥରୁଟେ କାନ ମୁଁ ଧରୁଛି
ହସି ଦିଅ ଟିକିଏ ଏଥର ।

