STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ତୁମ ନଆଁ ମୋ ନାଆଁ

ତୁମ ନଆଁ ମୋ ନାଆଁ

1 min
162


ତୁମେ ନଥିଲ ମୋ ସ୍ୱପ୍ନର ନାୟିକା,

କେବେ ନଥିଲ ବି ମୋର କଳ୍ପନା।

ଲେଖି ନଥିଲି ମୁଁ ପ୍ରେମ ପତ୍ରେ ମୋର

ତୁମ ନାଆଁ ଗାଆଁ ତୁମ ଠିକଣା ।।


ତୁମ ଗାଆଁ ନଈ ଆମ ଗାଆଁ ଦେଇ,

କେବେ ବହି ବି ନଥିଲା ଝର ଝର।

ତଥାପି ତୁମେ ମୋ ଜୀବନ ମରୁରେ,

ମରୁଝର ର ମୋହିତ  ମୂରୁଛନା।।


ତୁମ ଗାଆଁ ବାଆ ଆସି ବି ନଥିବ,

ଆମ ଗାଆଁ ଆମ୍ବ ତୋଟା ବାଟ ଦେଇ।

ଜୀବନେ ମୋ ତୁମେ ମହକେଇ ଦେଲ,

ମାଖି  ମହୁଆ  ମହକ  ମୂରୁଛନା।।


କେତେ କବିତା ଲେଖିଛି କାହା ପାଇଁ

ଅଜଣା କାବ୍ୟ ନାୟିକା କଳ୍ପନାର।

ସବୁ କବିତାର  ଶୀର୍ଷକ  ଲିଭେଇ

ଆଜି ଲେଖି ମୁଁ ଦେଉଛି ତୁମ ନାଆଁ।।


ଏକ ବ୍ୟଥିତ ଅତୀତ  ହଜିଗଲା

ତୃପ୍ତ  ଆଶ୍ୱସ୍ତ  ଅଧୁନା ତୁମ ସାଥେ

ସ୍ୱଳ୍ପ ସମ୍ବଳେ  ସମର୍ଥ  ଭବିଷ୍ୟତ

ତୁମ ନାଆଁ ପାଖେ ଲେଖା ମୋ ନାଆଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance