STORYMIRROR

JP DEY

Romance

4  

JP DEY

Romance

।।ଦେଖା ହେବା ଦିନେ।।

।।ଦେଖା ହେବା ଦିନେ।।

1 min
323

ଦେଖା ହେବି ମୁଁ ତୋର
ଦେଖା ହେବି ନିଶ୍ଚିତ
କେବେ ପ୍ରଜାପତି
କେବେ ବର୍ଷା
କେବେ ସଂଜ
କେବେ ନଦୀ ହୋଇ।
ତୁ ପାଇବୁ ମତେ ମହୁଲ ଫୁଲର ମହକରେ
ଆଳତି ଛନ୍ଦରେ ଜଙ୍ଗଲର ନିର୍ଜନତା
ଆଉ ଆକାଶର ଅବିର ରଙ୍ଗରେ।
ମୁଁ ଥିବି ସେଇଠି
ଯୋଉଠି ଶଙ୍କରପୁର ବଜାରରେ
ସେ ବୁଢ଼ୀ ମେଲେଇ ଥିବ
ରଙ୍ଗ ବେରଙ୍ଗୀ ପସରା
ଯୋଉଠି ଦେଖିବୁ ଏକେଲା,
ଯନ୍ତ୍ରଣାରେ ଉବୁଟୁବୁ ମଣିଷ
ତାରି କଡ଼ରେ କୋଉଠି ଠିଆ ହୋଇଥିବି ମୁଁ
ଯେବେ ତୁ ପଡ଼ିଯିବୁ
କେଉଁଠି ନା କେଉଁଠ ତୋର
ବାଳ ସାଉଁଳେଇ ଦେଉଥିବି
ମୁଁ ଭଲ ପାଇବାର ପରିଧି ବାହାରେ ରହି
ଭଲ ପାଉଥିବି ତତେ
ତୁ ଖୋଜ ବା ନ ଖୋଜ
ନିଶ୍ଚିତ ବାରବାର ତୁ ଭେଟୁଥିବୁ ମତେ
ଶାଗୁଆନ ଛାଇରେ
ଖରାର ତାତିରେ,
ଯେତିକି ଦୂରେଇ ଯାଉଥିବୁ
ସେତିକି ଅଧିକ ପାଉଥିବୁ ସଦାକାଳ,
ହରେକ ମୁହୂର୍ତ୍ତେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance