STORYMIRROR

Dwiti Krishna Panda

Romance

3  

Dwiti Krishna Panda

Romance

ପ୍ରେମ ଏକ ଉପବନ

ପ୍ରେମ ଏକ ଉପବନ

2 mins
13.4K


ରମ୍ୟ ତୀର୍ଥାଟନେ ଯେତିକି ପୁଣ୍ୟ

ଦିଅଁ ଦରଶନେ ଜୀବନ ଧନ୍ୟ


ପ୍ରେମର ମହିମା କରନ୍ତି ଗାନ

ସବୁରି ଗହନ ମରମ ପ୍ରେମ


ପ୍ରେମା

ରହିଅଛ କେଉଁ ଉପବନେ ?

ବାସ୍ନା ବିଭୋର ମଧୁର ଝଂକାର

କେଉଁ ସୁରମ୍ୟ କାନନେ ?


ପ୍ରେମା

ତୁମେ ମୋ ମନ ସବୁଜିମା

ହୃଦୟରେ ଫୁଟେ ଯେତେ ଫୁଲ

ଆଉ ସୁରିଆ ମାଦକ

ତୁମେ ସେ ରାଗିଣୀର

ନିତ୍ୟ ସା -ରେ -ଗା -ମା

ନାହିଁ ତୁମ ସ୍ନେହ ପ୍ରେମ ସୀମା


ନୀଳ ଦରିଆରେ

ଦେଖେ ମୁଁ ଆଲୋଳାୟିତ ତରଙ୍ଗ

ସେଠି ବି ତୁମ ଉଷ୍ମ ରାଗ

ହୁଏ ମୁଁ ସଜାଗ

କାଳେ ସେଠି ତୁମେ ରହିଥିବ

ଆଉ ମୋତେ ଚାହିଁ ବସି ରହିଥିବ

ଏଇତ ଜୀବନ-ରଙ୍ଗ !


ମଧୁ ମୂର୍ଚ୍ଛନାରେ ଝଙ୍କୃତ ହୁଏ

ତୁମ ପଦଧ୍ୱନି

ଶୁଭେ ପ୍ରେମର ରୁଣୁଝୁଣୁ ସ୍ଵନ

ସୁଶୋଭିତ.... ସୁଷମା ବନାନୀ

କେଉଁ ଏକ କଦମ୍ବର ପ୍ରୀତି ଅନ୍ବେଷଣେ

ରହିଥିଲା ପ୍ରଣୟ-ଧାବିନୀ ?


ପ୍ରଶ୍ନ ନୁହେଁ ସେଠି

ହେବ ତୁମେ କାହା ପ୍ରିୟତମା ?

ବଧୂ ବେଶ ନୁହେଁ ଖାଲି

ଜୀବନର ସଦ୍ୟ ପରିସୀମା

ଅମାନିଆ ମନ ମୋର

ମାନେନାହିଁ

କେଉଁ କୂଳ ସୀମା

ତୁମେ ହିଁ ମୋ ପ୍ରୀତି ଅଗଣାର

ଚାରିକୋଣେ

ଫୁଲ କଲ ଜମା

ମୋ ଜୀବନ ଘନ ତିମିସାରେ

ଅଟ ତୁମେ ରୂପେଲି ପୂର୍ଣ୍ଣିମା

ମଳୟର ମଧୁର ମହକ

ଲାଗୁଥିଲା ତୁମ ବିନା ଧୀମା

ହେ ମୋ ଜୀବନ ବୀମା

ଖାଇନିଅ ମୋ ପ୍ରେମ-ଖୁରୁମା


ହଜାରେ ଜନ୍ମ ନେବି

ଦେଖିବାକୁ ତୁମ ପ୍ରତିଛବି

ଚିତ୍ର ଆଙ୍କିବା ଛାଡ଼ିଦେବି

ଯେବେ ତୁମକୁ ପାଇଯିବି

ହୋଇଯିବି କବି

ମୋ ତୂଳୀରୁ ଆଉ ଝରିବନି ରଙ୍ଗ

ତାକୁ କବିତାରେ ଆଙ୍କିଦେବି


ପ୍ରେମା

ମୁଁ କୃଷ୍ଣ ହେଲେ ତୁମେ...


ସତ୍ୟଭାମା

ତୁମେ ମୋ ଗୋପିକା

ତୁମେ ମୋ ରାଧିକା

ତୁମେ ମୋ ମୀରା

ତୁମେ ମୋ ପ୍ରେମିକା

ନେଇଯାଅ ବଂଶୀ

ହେଲେ ଦିଅନାହିଁ ଧୋକା


ସତ୍ୟ-ପ୍ରେମ

ଯୁଗ ଯୁଗାନ୍ତରେ

ନୁହେଁ ମାୟା ମରୀଚିକା


ପ୍ରେମା

ତୁମେ ମୋର, ମୁଁ ତୁମର...

ତୁମ ବିରହକୁ

ସହିବିନି ଜମା


ଦ୍ଵିତୀକୃଷ୍ଣ ପଣ୍ଡା

ଦିଗି ସଲପା, ନବରଙ୍ଗପୁର

ଦୂରଭାଷ :9938728998


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance