STORYMIRROR

Sanjya Tripathy

Romance

4  

Sanjya Tripathy

Romance

ସନେଟ୍ସଂଜୟ କୁମାର ତ୍ରିପାଠୀମୌସୁ

ସନେଟ୍ସଂଜୟ କୁମାର ତ୍ରିପାଠୀମୌସୁ

1 min
3


ମୌସୁମୀ ଆସିଛି

ଅପେକ୍ଷା ଓ ପ୍ରତୀକ୍ଷାର ଅଂତପରେ

ମୌସୁମୀଆସେ

ମୌସୁମୀଆସିଛି

ମୌସୁମୀଆସିବ

ମୌସୁମୀ ଆସିବ

ଝାପ୍‌ସା ଇଶାରର ଘନ ସାଂଦ୍ରତାରେ

କରୋନା କବଳିତ ବିଶ୍ଵର ତ୍ରାହିମା ଡାକରେ ।

ଅପାପବିଦ୍ଧ ସାଧବବୋହୂର ସଲ୍ଲଜ ହସରେ

ସଦ୍ୟସ୍ନାତା ସୀମଂତିନୀର ସମ୍ମୁଜ୍ଜ୍ବଳ ସିଂଦୁରବିଂଦୁରେ

ଭାନୁମତୀ ଭବିଷ୍ୟତର ନିକ୍ୱଶିତ ନୁରପୁର ଛଦରେ ।

ସଂପର୍କର ଝଡିତ ଭଗ୍ନାଂଶରେ

ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ କଟକଣାରେ

ବିଶ୍ଵବିମର୍ଦ୍ଦିନୀ କରୋନାର କରାଳ ଛାୟାରେ ।

କ୍ଷୁଧା, କରୋନାମୁକ୍ତ ବିଶ୍ଵର ସାର୍ଥକ ସ୍ଵପ୍ନରେ

ସୃଜନଶୀଳତାର ସୁରମ୍ୟ, ଭିନ୍ନ ଏକ ଦିଗଂତରେ

ପ୍ରଗତି ଓ ପରିବର୍ତନର ନୂତନ ଏକ ପରିଭାଷାରେ

ଭୋକର ଭୂଗୋଳ ଓ ଦାରିଦ୍ର୍ୟର ତ୍ରିକୋଣମତିରେ

ନୀତିକାଂତି ସଂଯୁକ୍ତ ସମାଜର ସଫଳ ପରିକଳ୍ପନାରେ ।


Rate this content
Log in

Similar oriya poem from Romance