STORYMIRROR

Padmalaya Mishra

Abstract Romance Classics

4  

Padmalaya Mishra

Abstract Romance Classics

ଶୀତ ଯାଉଛି ଫେରି

ଶୀତ ଯାଉଛି ଫେରି

1 min
10


ଆସ ପ୍ରିୟତମ ଗୋଧୂଳି ଲଗନେ

ପ୍ରୀତିର ସମ୍ଭାର ଘେନି

ରହିଛି ଅନାଇ ସପନରେ ଭିଜି

ପ୍ରିୟା ତୁମ ଅଭିମାନୀ ।।


ଅଳସ ଆଖିରେ ପାରାବାର ତୃଷ୍ଣା

ହୃଦୟ ଧାଉଁଚି ବେଗେ

ତୁମରି ସାନିଧ୍ୟ ଅଭିଳାଷ ନେଇ

ପଉଷ ପସରା ମାଗେ ।।


ଜହ୍ନ ଢାଳିଲାଣି ଶୀତଳ ଜୋଛନା

ଆନମନା ହୁଏ ମନ

ବାହୁର ବନ୍ଧନେ ସାଉଁଟି ନେଇ ଯେ

ଦେବ ଉଷ୍ଣ ଆଲିଙ୍ଗନ ।।


ମନର ମାଳତୀ ଲୋଟି ପଡିଯିବ

ସୁଶକ୍ତ ତରୁର ଡାଳେ

ଭୁଲିଯିବ ସବୁ ଦୂରତା ଦ୍ରାଘିମା

ଏକାନ୍ତରେ ଏବେ ଭାଳେ ।।


ପ୍ରେମ ପରିଧିରେ ଅଭିମାନ ଛଡା

ନଥିବ ଆଉ ତ କିଛି

ପୁଲକିତ କର ରଜନୀଗନ୍ଧାରେ

ବିରହ ବେଳାକୁ ପୋଛି ।।


ରଜନୀ ବୟସ ବଢି ବଢି ଯାଏ

ବୁଡି ତୁମ ଭାବନାରେ

ଶୀତଳ ଯାମିନୀ ଖତେଇ ହୁଅଇ

ଭାବି ଭାବି ଯେବେ ମରେ ।।


ତୁମ ଆଗମନ ପ୍ରତିକ୍ଷାର ଅନ୍ତ

କରାଅ ନକରି ଡେରି

ଆସ ପ୍ରିୟତମ ପ୍ରିୟତମା ପାଶେ

ଶୀତ ତ ଯାଉଛି ଫେରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract