STORYMIRROR

Sagarika Dash

Romance

4  

Sagarika Dash

Romance

ନୀର

ନୀର

1 min
18


ପ୍ରେମ ଏକ ନ ଈ ବୋହି ବୋହି ଯାଏ ,ଦରିଆ ପାରିକୁ ଛୁଇଁ।

ପ୍ରେମିକ ପ୍ରବୀର ଆର ପାରେ ବସି

ବାସ୍ନା କୁ ରହିଛି ଚାହିଁ।


   ରଜନୀଗନ୍ଧା ର ତୀଳ ତମାଳରେ

ଭ୍ରମର ପାଗଳ ଆଜି ,

କେଉଁ ପୁଷ୍ପ ତା'ର ଅତି ପ୍ରିୟ ହେବ 

ହାତ ପାହାନ୍ତା ରେ ପାଉନି ଖୋଜି ।


   ସୁରେ ସୁରେ ଧାର ଗୀତର ଲହରୀ

ବାଜୁଛି ଯେପରି ବଂଶୁରି 

ଲେଖିକା ଟେ କେବେ ପ୍ରେମିକା ଟେ ଥିଲା।ପ୍ରେମିକ ତାହାର ସପ୍ତସୂରୀ

କବିତା ମାଧ୍ୟମେ ଖେଳିଯାଏ ସ୍ଵଛ ଲହରୀ।


   ମିଳନ ଶ୍ରାବଣ ଅପେକ୍ଷା କରିଛି

ଫୁଲର ପାଖୁଡ଼ା ଧରି

ବର୍ଷିଜିବ ଯାଇ ପ୍ରେମର ରସରେ

ତୁହାକୁ ତୁହା କରି।


   ରାତ୍ରି କୁ ନେହୁରା ହେଉଛି ପ୍ରେମିକ

ଘଡ଼ିଏ ରହିଯା ବାରେ,

ଦେଖିନାହିଁ ମଧୂଚନ୍ଦ୍ରିକା ବେଶ

ପୂର୍ଣ୍ଣମୀ ମୂଖ ଜହ୍ନ ଆଲୋକରେ।


  ହୃଦୟ ସ୍ପନ୍ଦନ ଧକ୍ ଧକ୍ କରେ ଘଡିକୁ ଘଡ଼ି।

ନୟନ ନୟନେ ମିଶି ଯାଇଅଛି

ମୂଖ ପ୍ରଷ୍ପୁଟିତ କରି ।


ବାଧା ବିଘ୍ନ ଆଉ ଦିଅନା ପ୍ରକୃତି 

ଆତ୍ମା ରେ ଆତ୍ମା ମିଶି ଯାଇଛି

ବହୁ ଅପେକ୍ଷାର ଅନ୍ତ ଘଟି 

ମିଳନର ଆଜି ସମୟ ଆସିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance