ପ୍ରୀତି ନିବେଦନ
ପ୍ରୀତି ନିବେଦନ
ଝୁଲଣା ପ୍ରେମର ଝୁଲାଇ ଦେଇଛି
ଝୁଲିବାକୁ ଆସ ଥରେ
ଖାଲି କରିଦେଲି ଘର ର କୋଠରୀ
ରଖିବାକୁ ଆମ ଘରେ ।
ସଂକଳ୍ପ କରିଛି ସୂର୍ଯ୍ୟ ଅର୍ଘ୍ଯ ଦେଇ
ଉଇଁଥିବ ପ୍ରେମ ସଦା
ପୂର୍ଣ୍ଣାଙ୍ଗ ହେବାକୁ ସମୟ ଆସିଛି
ସମାପିତ ହେଲା ବାଧା ।
ସମ୍ବାଦ ଖଦ୍ଯୋତ କରିଛି ବାହକ
ତିମିରକୁ ଭୟ ନାହିଁ
ଅମାବାସ୍ୟା ମଧ୍ୟ ପୂର୍ଣ୍ଣିମା ଲାଗିବ
ହୃଦୟେ ଅନ୍ଧାର କାହିଁ ।
ଦର୍ଶନ ଦେଇକି ଦର୍ପଣ ଦେଖାଇ
ଦେଇଦେଲ ପ୍ରେମ ଫଳ
ଜୁଆର ହୟରେ ସମ୍ଭାଳି ରହିଛି
କରିବନି କେବେ ଛଳ ।

