STORYMIRROR

Dr Rakesh R Mund

Romance

3  

Dr Rakesh R Mund

Romance

ହିରଣ୍ମୟୀ

ହିରଣ୍ମୟୀ

1 min
206

ନିଜର କହି କହି ନିଜର ସ୍ୱାର୍ଥ ଦେଖି

ନିଜରଠୁ କରି ଦୂର ନିଜ କଲ ଆଉ କାହାକୁ ....

ସର୍ମ୍ପକ ଗଢି ସର୍ମ୍ପକର ଅର୍ଥ ଦେଖେଇବା କହି

ସର୍ମ୍ପକ ବିଚ୍ଛେଦ କରି ଅନବରତ କଷ୍ଟ ଦେଲ ମନକୁ .... 


କେ ଜାଣି କେଉଁ ଯାଦୁ ଜଣା ଜିଣି ନିଏ ମନ

ରଖି ବିରହର ଜ୍ଞାନ ଦେଲ ବିଶାଦର ଯନ୍ତ୍ରଣା ...

ଦେଖେଇ ରଜନୀର ଚନ୍ଦ୍ରମା କହୁ ଥିଲ ମୁଁ ପରା

ତୁମ ହୃଦୟ ରାଇଜର ଶୀତଳ ମନୋରମ ଜୋଛନା .... 


ହିରଣ୍ମୟୀ !!

ନିରାଶ  ଅସ୍ଥିର  ଆବେଗ  ଜର୍ଜରିତ 

ବେଦନା  କ୍ଷରିତ  ସ୍ତବ୍ଧତାର ଭାଷା ....

ତତକ୍ଷଣାତ ଅର୍ଧଗାମୀ ପ୍ରେମ ମୋ ଆଜି

ପରିବର୍ତ୍ତନ କଲ ତୁମ ପ୍ରେମ ପରିଭାଷା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance