ଏବେ ତ ନୀରବତା ଭଙ୍ଗ କର
ଏବେ ତ ନୀରବତା ଭଙ୍ଗ କର
ନୀରିହ ଚାହାଣୀ ତୁମର
ଗଢେକେତେ ବାଲିଘର
ଶାନ୍ତମନ ତୁମ କରେ
ହୃଦୟେ ନୌକା ବିହାର
ନିର୍ଜନତା ଖେଳେ ଆଳାପେ ତୁମର
ଏବେ ତ ନୀରବତା ଭଙ୍ଗ କର।
ଆଖିର କଜ୍ଜଳ ଗାର ଦିଶେ ଉଜ୍ଜ୍ୱଳ
ଅଭିମାନୀନି ଏଇ ଅମାନିଆ ଜଳ
ନୃତ୍ୟରତା ତରଙ୍ଗ ମୁଁ ଯେ
ତୁମେ ବିସ୍ତୀର୍ଣ୍ଣ ସାଗର
ଶାନ୍ତ ହୋଇ ଆଉ ନକର ପ୍ରହାର
ଏବେ ତ ନୀରବତା ଭଙ୍ଗ କର।
ଆଖିର ଭାଷାକୁ ବୁଝିପାର ବୋଲି
ଓଠ ଆପେ ଆପେ ଚୁପ୍ ହୋଇଯାଏ
ସବୁ ବୁଝି ବି ତୁମେ ଅବୁଝା ହୁଅ
ଅଭିନୟ କର ବେଶ୍ ଚମତ୍କାର
ଏବେ ତ ନୀରବତା ଭଙ୍ଗ କର ।
ଅନ୍ତତଃ ଏବେ ତ ନୀରବତା ଭଙ୍ଗ କର।

