STORYMIRROR

kahnu charan sahu

Abstract Romance

3  

kahnu charan sahu

Abstract Romance

ତମେ

ତମେ

1 min
207

 


ତମେ ସିନା ବୁଝିପାରନି

ମୋତେ, ମୋ ଭାବନାକୁ

ହେଲେ କେବଳ ତମେ ହିଁ ଥାଅ

ମୋ ଭିତରେ, ମୋ ସ୍ପନ୍ଦନେ


ଯେତେବେଳେ ଦୁଇଆଖି

ଚାହିଁରହେ କାହାକୁ

ସେହି କାହାକୁ ହିଁ ତମେ

ଯେତେବେଳେ ହୃଦୟ ଖୋଜେ

ଆଉ ଗୋଟେ ହୃଦୟକୁ 

ସେହି ହୃଦୟ ହିଁ ତମର ଥାଏ


ବୁଝିପାରନି ତମେ

ମୋ ହୃଦୟର ଅକୁହା ଆବେଗ

ଅନେକ ଥର କହିଲା ପରେ 

ସହି ପାରେନି ଏ ହୃଦୟ 

ଆପଣାର ମଣିଷ କାହାକୁ ଯେବେ

କରିନିଏ ନିଜର


ରାତି ରାତି ଚେଇଁ

ସ୍ବପ୍ନ ଦେଖୁଥିବା ହୃଦୟ

କାଳକ୍ରମେ ପାଲଟି ଯାଏ ପଥର

ଶତବାର ଚେଷ୍ଟା ସତ୍ତ୍ୱେ ବିଫଳହୁଏ

ତମକୁ ଭୁଲିବାର !


ତମେ ଆସିବ ସେହି ଅପେକ୍ଷାରେ

ବାସ୍ତବରେ ନୁହେଁ ସ୍ୱପ୍ନରେ

କାରଣ ଏବେ ତମେ ଆଉ କାହାର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract