STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ଆଳାପ-17 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ମେଘ

କବିତା ଆଳାପ-17 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ମେଘ

1 min
227

ମେଘଲୋ ମେଘ ଏଠି ବରଷିବୁ ନାହିଁ,

ବରଷିଲେ ମନ ମୋର ହେବ ହାଇଁପାଇଁ |(ଘୋଷା)


ତୋ ପାଇଁ ଫୁଟେ କଦମ୍ବ ମନ ବଗିଚାରେ,

ତା' ମହୁଆ ବାସ ମୋତେ ବିଚଳିତ କରେ |


ସୁଲୁସୁଲୁ ବାଆ ଆଉ ଦେବୁନି ଛୁଆଁଇ ,

ମେଘଲୋ ମେଘ ଏଠି ବରଷିବୁ ନାହିଁ,

ବରଷିଲେ ମନ ମୋର ହେବ ହାଇଁପାଇଁ |(1)


ମନେ ପଡ଼ିବ ମୋ ପ୍ରିୟା ହାତର ପରଶ,

ଭୁଲିବାକୁ ଲାଗିଯିବ ବରଷ ବରଷ |


ବରଷିଲେ ବରଷିବୁ ପ୍ରିୟା ଘରେ ଯାଇ,

ମେଘ vଲୋ ମେଘ ଏଠି ବରଷିବୁ ନାହିଁ,

ବରଷିଲେ ମନ ମୋର ହେବ ହାଇଁପାଇଁ |(2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance