Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Romance

3  

Sneha Mishra

Romance

ଜହ୍ନ

ଜହ୍ନ

1 min
176


ଆହେ ଜହ୍ନ ତୁମେ କରି ଅନୁକମ୍ପା

କର ତୁମେ ପଦାର୍ପଣ |

ନୀଳିମା ଆକାଶ ସ୍ଵାଗତ ଚର୍ଚ୍ଚାରେ

ତୁମର ପ୍ରତୀକ୍ଷାମାଣ ||୧||


ଗୋଧୂଳି ପ୍ରସ୍ଥାନ ବ୍ୟାକୁଳିତ ମନ

ପ୍ରେମର ସେ ଭିକାରୁଣୀ |

ଗୁପତରେ ହସେ ଚାତକିନୀ ଆଜି

ଦେଖି କମଳିନୀ ଠାଣି ||୨||


ମାମୁଁ ମାମୁଁ ବୋଲି ଜଗତରେ ହୁରି

ହାତ ଠାରି କରେ ଅଳି |

ତୁମ ପରଶରେ ନାଲିମା ଓଠରେ

ଶିଶୁ ହସେ ଖିଲି ଖିଲି ||୩||


ଅବୁଝା ଅଝଟ ଅଳି ଦୂର କର

ମନ ହୁଏ ଆନମନା |

ପଲ୍ଲିବିତ କର ଶୁଷ୍କ ମରୁଭୂମି

ଢାଳି ଆଶୀଷ ଜୋଛନା ||୪||


ଚନ୍ଦ୍ରମାର ଶୋଭା ଅତି ଅନୁପମା

ମାଦକତା ଭରା ମନ |

ମନବୀଣା ତନ୍ତ୍ରୀ ଝଙ୍କୁରିତ ହୁଏ

ଦେଖି ତୁମ ଆଗମନ ||୫||


ଶରଦ ପୂର୍ଣ୍ଣିମା ରାତ୍ରିର ସୁଷମା

ସୃଷ୍ଟି କରେ କଲ୍ଲୋଳନ |

ସ୍ଵପ୍ନ ରାଇଜରେ ବୁଲି ସେ କୁଆଁରୀ

ଦେ୍ଖୁ ମଧୁର ସପନ ||୬||


କର୍ଵା ଚୌଥରେ ତୁମ ପ୍ରତୀକ୍ଷାରେ

ବିରହିଣୀ ସୁହାଗିନୀ |

ଶୃଙ୍ଗାର ରସରେ ସଜେଇ ହୁଅନ୍ତୁ

ହାତେ ଅର୍ଘ୍ୟ ଥାଳି ଘେନି ||୭||


ଆହେ ପୁଣ୍ୟବନ୍ତ ପାଇଅଛ ସ୍ଥାନ

ସଦାଶିବଙ୍କର ଜଟାରେ |

ଜାତି ଧର୍ମ ଶେଷେ ପୁଜା ପାଉଅଛ

ଦ୍ଵିତୀୟା ଚାନ୍ଦରୂପରେ ||୮||



Rate this content
Log in

Similar oriya poem from Romance