Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Abstract Inspirational

4  

Sneha Mishra

Abstract Inspirational

ନଈ

ନଈ

1 min
315


ଆହେ ସ୍ରୋତସ୍ୱିନୀ କଳ କଲ୍ଲୋଳିନୀ

ତୁହିତ ସାଗର ଗାମିନୀ |

ନିର୍ଝରିଣୀ ତୁହି ଶୀତଳ ବାହିନୀ

ନିର୍ମଳ ଜଳ ପ୍ଳାବିନୀ ||୧||


ସର୍ବଦା ବନ୍ଦିତା ତୁହିଗୋ ସରିତା

ତୁହି ପରା ମହାସ୍ରୋତା |

ପର୍ବତର ସୁତା ନିର୍ଝର ପ୍ଳାବିତା

ପାତାଳେ ତୁ ଲୁ୍କ୍କାୟିତା ||୨||


ଶକ୍ତି ପ୍ରଦାୟିନୀ ବିଦ୍ୟୁତ୍‍ ବାହିନୀ

ଅନେକ ରୂପ ଧାରିଣୀ |

ନିର୍ଝରିଣି ତୁହି ଜୀବନ ଦାୟିନୀ

ତୁହି ମୋକ୍ଷ ପ୍ରଦାୟିନୀ ||୩||


ସରସ୍ୱତୀ ଗଙ୍ଗା ଯମୁନା ସଙ୍ଗମେ

ପିତୃ ପୁରୁଷଙ୍କ ପିଣ୍ଡ |

ପୂର୍ବଜ ସ୍ମରଣେ ସନ୍ତାନ କରଇ

ଶ୍ରାଦ୍ଧକ୍ରିୟା କର୍ମକାଣ୍ଡ ||୪||


ମହାନଦୀ ବ୍ୟାସ ଶଂଖ ବୈତରଣୀ

ଋଷିକୁଲ୍ୟା କୁଶଭଦ୍ରା |

ବ୍ରାହ୍ମଣୀ କାବେରୀ ସିନ୍ଧୁ ଗୋଦାବରୀ

ନର୍ମଦା ଓ ତୁଙ୍ଗଭଦ୍ରା ||୫||


ତୋହରି ତଟରେ ମାନବ ସଭ୍ୟତା

ବେଳା ତୋ ଶସ୍ୟ ଶ୍ୟାମଳ |

ଜଳଚର ମୀନ ମକର କୂର୍ମଙ୍କୁ

କରିଥାଉ ତୁହି କୋଳ ||୬||


ତୋ କରାଳରୂପ ଅତି ଭୟଙ୍କର

ଜୀବନ ସଙ୍କଟ ମରଣ |

ଅଭୟ ପ୍ରଦାନ ତୁହି ମାଆ କରୁ

ସଂସ୍କୃତିର ବରଦାନ ||୭||


ସର୍ବଦା ସନ୍ଧାନ ସାଗର ମିଳନ

ତୋହର ଜୀବନ ଲକ୍ଷ |

ଜୀବନ ଦର୍ଶନ କରେ ନିଦର୍ଶନ

ମାନବର ଲକ୍ଷ ମୋକ୍ଷ ||୮||


ତୋହରି କୋଳରେ ପ୍ରାତଃ ସୁମରଣ

ସବିତାଙ୍କ ଦରଶନ |

ମୋକ୍ଷର ଆଶାରେ ଶୁଦ୍ଧପୂତମନେ

କରନ୍ତି ପୂଣ୍ୟ ଅର୍ଜନ ||୯||


ବିଷ୍ଣୁଙ୍କ ପଦରୁ ହେଲୁ ନିର୍ଝରିତ

ଗଭୀର ତପସ୍ୟା ଫଳେ |

ଧରଣୀ ପାବନ ମୋକ୍ଷ ପ୍ରଦାୟନ

କରୁଅଛୁ କାଳେକାଳେ ||୧୦||


Rate this content
Log in