Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Romance

3  

Sneha Mishra

Romance

ପ୍ରେମ

ପ୍ରେମ

1 min
181


ପ୍ରେମ ହିଁ ଅମୃତ ସତ୍ୟ ଓ ଶାଶ୍ଵତ

ପୂତ ପବିତ୍ର ସରସ

ପ୍ରେମ ବିହୁନରେ ଏ ମାୟା ସଂସାର

ବିଷବୃକ୍ଷର ସଦୃଶ |


ମାତାରଗର୍ଭରୁ ଶିଶୁପାଇଁ ପ୍ରେମ

ଅମୃତ ବାତ୍ସଲ୍ୟ ପ୍ରେମ 

ଭ୍ରାତା ଓ ଭଗିନୀ ପିତାମାତା ବନ୍ଧୁ

ସେହି ପ୍ରେମ ଅନୁପମ |


ପ୍ରେମଫୁଲ ଫୁଟେ ଜୀବନର ସ୍ରୋତେ

ମନ ଖିଲିଖିଲି ହସେ

ନବୀନ ସୁମନ ବାସର ମହକେ

ମଧୁ ସମୟ ପରଶେ |


ପ୍ରୀତି ଫଗୁଣରେ କ୍ଷଣେ ପ୍ରତିକ୍ଷଣେ 

ହୃଦୟେ ଭରେ ସ୍ପନ୍ଦନ

ପୁଲ୍ଲକିତ ମନ ଉନ୍ମାଦରେ ସତେ 

ଧମନୀ ଧରା ଶ୍ରାବଣ |


ଚକୋର ଚକୋରୀ ପ୍ରେମ ଚିରନ୍ତନ

ମଧୁକର ପୁଷ୍ପ ସମ

ପ୍ରୀତି ପ୍ରତୀକ୍ଷାରେ ରାତ୍ରି ଉଜାଗର 

ଶଶୀ କୁମୁଦିନୀ ପ୍ରେମ |



Rate this content
Log in

Similar oriya poem from Romance