ମେଘ
ମେଘ
ମେଘର ଆହଟ ଦୂତର ପ୍ରକଟ
ଅପୂର୍ବ ମୟୂର ନୃତ୍ୟ |
ସ୍ଵପ୍ନର ଲାଲିମା ହୃଦୟରେ ଖେଳେ
ରଙ୍ଗୀନ ପୁଚ୍ଛ ଆଚ୍ଛାଦିତ ||୧||
ପ୍ରେମର ସନ୍ଦେଶ ବୋହିନିଏ ବୋଲି
ପ୍ରେମ ସନ୍ଦେଶ ବାହକ |
ପ୍ରେମିକାର ଭାବ ଉଦ୍ଦିପିତ ହୁଏ
ଗୁଞ୍ଜରେ ମନ କୁହୁକ ||୨||
ସୁନ୍ଦର ପ୍ରକୃତି ମନୋରମା ଅତି
ଅତି ମନୋରମା ମନ |
ମନର ମହକ ମେଘ ଆଗମନ
କରେ ସଭିଙ୍କୁ ପ୍ରସନ୍ନ ||୩||
କୃଷକର ମନ କରେ ଉଚ୍ଛାଟନ
ମେଘ ଘଡ ଘଡି ରଡି |
ହଳକୁ ଯୋତେଇ ଗୀତ ଗାଇ ଗାଇ
କ୍ଷେତକୁ ଯାଏ ଦଉଡି ||୪||
ଫସଲ ଅମଳ ହେବାର ଆନନ୍ଦେ
ମନ ଥାଏ ତା ପ୍ରଫୁଲ୍ଲ |
କଳା ବାଦଲଟି କବି ଲେଖନୀରେ
ପ୍ରଭୁ ଶ୍ରୀକୃଷ୍ଣଙ୍କ ତୁଲ ||୫||
ବେଙ୍ଗୁଲି ନାନୀଟି ଛାଡେ ପୁଣି ରଡି
ଧରାରେ ପଡେ ଚହଳ |
ଡରି ଡରିଶିଶୁ କରଇ ଅର୍ଦ୍ଦଳି
ଛାଡେ ନାହିଁ ମାଆ କୋଳ ||୬||
ତୁମ ଆଗମନେ ଚାତକ ହୃଦୟେ
ଖେଳେ ଆଶାର କିରଣ
ବର୍ଷାର ପ୍ରଥମ ବିନ୍ଦୁର ସନ୍ଦେଶ
ତୁମେ ପରା ଘେନିଆଣ ||୭||