ମୋ ଓଡିଶାର ଗର୍ବ ମୋ ଓଡିଆ ଭାଷା
ମୋ ଓଡିଶାର ଗର୍ବ ମୋ ଓଡିଆ ଭାଷା
ଜଗତର ନାଥ ପ୍ରଭୁ ଜଗନ୍ନାଥ
ଉତ୍କଳ ଜାତିର ପ୍ରାଣ |
ବିଶ୍ଵ ଦରବାରେ ସମୟ ଦର୍ପଣ
କୋଣାର୍କର ସୂର୍ଯ୍ୟ ନାରାୟଣ |୧||
ଚିଲିକାଏଅ ଶୋଭା ରମ୍ୟା ମନୋରମା
ଚାରୁ ହାସ୍ୟମୟୀ କଳିଙ୍ଗ |
ରଙ୍ଗ ବିରଙ୍ଗ ବିହଙ୍ଗେ ଶୋଭିତ
ଚାରୁ ହାୟମୟୀ ଅଙ୍ଗ ||୨||
ଆତ୍ମଚିନ୍ତନେ ଧର୍ମ ସନାତନେ
ବିଜ୍ଞ ମଗ୍ନେ ଭରା କୋଶଳ |
ଉଡ୍ରେ ଅତୀତ ତାଳପତ୍ର ପୋଥି
ପ୍ରାଚୀନ ଶିଳାଲେଖ ତୋଷଳ ||୩||
ତାରକସୀ କାର୍ଯ୍ୟେ ନିପୁଣ କଟକ
ପିପିଲିର ପଟ୍ଟଚିତ୍ର |
ବ୍ରହ୍ମପୁରୀ ପାଟ ସମଲୀ ଶାଢୀ
ପାଲା, ଦଣ୍ଡ, ଛଉ ନୃତ୍ୟ ||୪||
ହସ୍ତ କଳାପୂର୍ଣ ସ୍ଥାପତ୍ୟ ଲାବଣ୍ୟ
ସଂସ୍କୃତି ସମ୍ପନ୍ନ ଓଡିଶା |
ଜଗତେ ବିଖ୍ୟାତ ଓଡିଶିର ନୃତ୍ୟ
ସମୃଦ୍ଧ ଓଡିଶା ପ୍ରଦେଶ ||୫||
ବିଶ୍ଵ ଭାଷା କୋଷେ ସତେଇଶି ଲିପି
ଓଡିଆ ଜାତିର ଗରିମା |
ଉତ୍କଳ ସାହିତ୍ୟେ ଆତ୍ମ ବଳୀଦାନ
ସ୍ଵତନ୍ତ୍ର ଓଡିଶା -ତା’ର ଉପମା ||୬||
ଭାଷା ବିନା କାହିଁ ଜାତିର ଉନ୍ନତି
ତତ୍ପର ଫକୀର ମୋହନ |
ଗୌରୀ ଶଙ୍କର ରାଧାନାଥ ରାୟ
ମଧୁସୂଦନଙ୍କ ଉଦ୍ବୋଧନ ||୭||
ଊନବିଂଶ ଶତାବ୍ଦୀ ଭାଷା ଆନ୍ଦୋଳନେ
ଓଡିଆଙ୍କ ପ୍ରାଣ ସ୍ପନ୍ଦନ |
ଭାଷା ସଂସ୍କୃତିର ପୁର୍ଜାଗରଣ
ସିଂହଭୂମି କିଶୋର ଚନ୍ଦ୍ରଦେବଙ୍କ ଆହ୍ଵାନ ||୮||
ଆସ, ଆସ ଭାଇ ମନ ପ୍ରାଣ ଦେଇ
ରଖିବା ଓଡିଆ ମାନ |
କହିବା ଓଡିଆ ପଢିବା ଓଡିଆ
ରଖିବା ଓଡିଆ ମାନ ||୯||
ଜାତିର ସମ୍ମାନେ ଭାଷାର ଉତ୍ଥାନେ
ଆଜି କରିନେବା ପ୍ରଣ |
ଓଡିଶାର କୀର୍ତ୍ତି ଐତିହ୍ୟ ଗରିମା
ରଖିବା ଉତ୍କଳ ସନ୍ତାନ ||୧୦||
ଭାବନୈତିକତା ନୀତି ଉପଦେଶ
ଔଚିତ୍ୟର ମୂଲ୍ୟବୋଧ |
ଅଚ୍ୟୁତ ଗୀତା ତୁଳାଭୀଣା, ଭାଗବତ
ମାନକଭାଷା ଏ ପବିତ୍ର ଗ୍ରନ୍ଥ ||୧୧||
ଜୟଦେବଙ୍କର ଗୀତ ଗୋବିନ୍ଦ ସେ
ବିଶ୍ଵରେ କରିଚି ଚହଳ |
ସ୍ତୁତି ଚିନ୍ତାମଣି ଭୀମଭୋଇଙ୍କର
କରିଚି ଶ୍ରୋତାଙ୍କୁ ବିହ୍ଵଳ ||୧୨||
ସଶକ୍ତ ବର୍ଣାଢ୍ୟ ଭୀମଭୋଇଙ୍କର
ଜ୍ଞାନ ବିଜ୍ଞାନ ସମ୍ମତ |
ସାରଳା ଭଞ୍ଜ ରାଧାନାଥ ସତ୍ୟବାଦୀ
ଚାରି ଯୁଗର ଉଦ୍ଭବ ||୧୩||
ଭାଷା ତ ମୋହର ଭାବ ପ୍ରକାଶକ
ଲାଳିତ୍ୟରେ ପରିପୂର୍ଣ୍ଣ |
ନୂଆ ନୂଆ ରୂପେ ସାଜି କରୁଥିବ
ବ୍ରହ୍ମଦାରୁ ଗୂଣ ଗାନ
ବ୍ରହ୍ମଦାରୁ ଗୁଣ ଗାନ ||୧୪||
