Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Inspirational

3  

Sneha Mishra

Inspirational

କରୋନା ସଚେତନତା

କରୋନା ସଚେତନତା

1 min
220



ଜାଗରେ ଜାଗରେ ଜାଗରେ ମାନବ

ଆସିଛି କରୋନା ମହାମାରୀ

ବିଶ୍ଵ ଧରାପୃଷ୍ଠେ କରାଳ ରୂପରେ

ସାଜିଛି ସେ କାଳଧାରୀ ।


ଶ୍ଵାସ ପ୍ରଶ୍ଵାସରେ ପ୍ରବାହିତ ବୋଲି

ମୁଖରେ ମୁଖାକୁ ବାନ୍ଧି

ଦୁଇ ଗଜଦୂର ବ୍ୟବଧାନେ ରୁହ

ମୁହୂର୍ତ୍ତ ଏ ଘଡିସନ୍ଧି ।


ଆୟୁର୍ବେଦୀୟ ଉପଚାରମାନ

ଆମ ସଂସ୍କୃତିର ସାଧନ

ନିତ୍ୟ ନିୟମିତ ନିୟମ ପାଳନେ

କର ରୋଗପ୍ରତିରୋଧ କାରଣ ।


ସ୍ଵଚ୍ଛତା ପାଳନେ ଆମ ଜାଗରଣ

ଜୀବାଣୁ ଶୋଧକ ଅବଲମ୍ବନ

ଯୋଗ ,ବ୍ୟାୟାମରେ ଗୃହମଧ୍ୟେ ରହି

କର ତୁମେ ଶୁଦ୍ଧ ଚିନ୍ତନ ।


ଟିକାକରଣର ଅବଲମ୍ବନରେ

କରିବା କରୋନା ଦମନ

ସୁସ୍ଥ ମାନବ ସମାଜ କଲ୍ୟାଣେ

ଆଜିର ଏ ଆବାହନ ।


କଳାତ୍ମକ କୁ ବିକସିତ କର

ଅନ୍ତର୍ମୁଖୀ ଭାବ ହୋଇ

ସକାରାତ୍ମକ ଚିନ୍ତନରେ ସବୁ

ଦୁର୍ଯୋଗ- ସୁଯୋଗ ହୁଅଇ ।


Rate this content
Log in

Similar oriya poem from Inspirational