STORYMIRROR

Chittaranjan Dehury

Romance

4  

Chittaranjan Dehury

Romance

ବିବଶ ପ୍ରତିଜ୍ଞା

ବିବଶ ପ୍ରତିଜ୍ଞା

1 min
179

ଶୀତୁଆ ସକାଳେ ଅଳସ ଶେଯରେ, ମନେ ପଡ଼ ତୁମେ କାହିଁ 

ଜାଳୁଅଛ ନିଆଁ ହୃଦୟରେ ମୋର, କୁହ ପ୍ରିୟ ତୁମେ କାହିଁ ।।


ସ୍ମୃତି ଆସି ମୋତେ କରୁଛି ଅଥୟ, ମନେ ଆଣେ ଶିହରଣ

ବିଳପି ଉଠୁଛି ହୃଦୟଟା ମୋର ଲୁହ ସାଜେ ଆଭରଣ।।

କମ୍ପିତ ଅଧରେ କେମିତି ହସିବି, ହସ ନେଲ ତୁମେ କାହିଁ

ଶୀତୁଆ ସକାଳେ ଅଳସ ଶେଯରେ, ମନେ ପଡ଼ ତୁମେ କାହିଁ... ।।


ଆସ ତୁମେ କେବେ ପ୍ରୀତି ଝାଉଁବଣେ ଚନ୍ଦ୍ରଭାଗାର ମୁହାଣେ

ନଦୀ ମିଶିବାକୁ ସାଗର ମୁହାଣେ ବିଚଳିତ ପ୍ରତି କ୍ଷଣେ ।।


ଆଦ୍ୟ ଶ୍ରାବଣର ପହିଲି ବରଷା ଚାହିଁ ରହିଛି ଚାତକ

ଭୋକ ଶୋଷ ଭୁଲି କରେ ପ୍ରତୀକ୍ଷା ଜିଣିବାକୁ ପ୍ରେମ ମୁଲକ ।।

ବିଚରା ପ୍ରେମିକ ଜୀବନରେ କେବେ ଆସ ନାହିଁ ତୁମେ କାହିଁ

ଜାଳୁଅଛ ନିଆଁ ହୃଦୟରେ ମୋର,କୁହ ପ୍ରିୟ ତୁମେ କାହିଁ ।।


ପୂର୍ଣ୍ଣମୀ ରାତିର ଉଜ୍ଜଳ ଜ୍ୟୋତ୍ସ୍ନାରେ, ଦିଅ ଦେଖା ତୁମେ କାହିଁ

ସାତ ଜନମର କୁଆଁରୀ ପ୍ରତିଜ୍ଞା, ଭୁଲିଗଲ ତୁମେ କାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance