ଅଣୁ_କବିତା
ଅଣୁ_କବିତା
1 min
269
#ସଂସାର
ଦଦରା ପଣତ ଘୋଡ଼େଇ ହେଇ
କାନ୍ଦୁଛି ଜୀବନ ହସିବା ପାଇଁ ।
#ପ୍ରେମ
ନ ହୋଇ ଜୁଅର ତତଲା ଖଈ
ହେମାଳ ବରଫ ଝାଳ ବୁହଇ ।
#ଘୃଣା
ଦେଖେଇ ଦେଖେଇ ଦାଣ୍ଡ ଦୁଆରେ
ନ ଥାଇ ପୀରତି କିମ୍ପାଇଁ ଝୁରେ ।
#ଈର୍ଷା
ଆଖିରେ ସିଏ ଦେଖି ପାରେନି
ନ ଦେଖି କାଇଁ ମରି ପାରେନି ।।
#ରଙ୍ଗ
ରଙ୍ଗ ତ [ରଙ୍ଗ] ଗୋଟିଏ କଳା
କିଏ ବା ଅଛି ବୋଳିବ କଳା..?
