STORYMIRROR

DAMBURUDHARA BEHERA

Romance

4  

DAMBURUDHARA BEHERA

Romance

ଗଜରା

ଗଜରା

1 min
258

       

              

ତୁମେ ମୋର ପ୍ରିୟା କଥା କୁହା ଶାରୀ

         ନାମ ଗଜରା ସୁନ୍ଦରୀ

ତୁମ ନାମ ଧରି     ଯିବି ମୁହିଁ ତରି

           ଦୁନିଆ ସାଗର ପାରି ।।

ପଛ ଭାଗେ ଥାଇ  ପ୍ରିୟ ଜନ କେତେ

           ଝୁରି ମରଇ ସମସ୍ତେ

ତୁମ ପ୍ରିୟ ପ୍ରାଣ    ବଞ୍ଚେ ମରି ମରି

         ଅମୃତର ବିଷ ପିଇ ।।

ଉଠି ଶବ ମଧ୍ୟେ   ଭୁଲି ରାଗ ଋଷା

       କରଇ ନିଜର ପେଶା

ବାନ୍ଧିବାକୁ ତୁମ    ଲମ୍ବା ଲମ୍ବା ଚୂଳେ

       କରିଣ ଫୁଲର ମାଳେ ।।

ତେଣୁ ଯାଇ ସିଏ    ବୁଲି ବୁଲି ବଣେ

         ମନ ଜାଣି ବାଛି ଆଣେ

କେତେବେଳେ ମଲ୍ଲି,  ଟଗର,ମାଳତୀ

           ଯୁଇ , ଜାଇ,ଚମ୍ପା କଢି ।।

ବେଳେ ବେଳେ ପୁଣି ବଣା ଦେଇଥାଏ

           ବାଟୋଇ,ମାଳିକୁ ବାଟେ

ଆଣିବା ପାଇଁ କି          ତୁମ ମନ ରୁଚି

              ସଜ ଫୁଟା ଫୁଲ କଢି ।।

ଦରକାର ହେଲେ         ଦାଣ୍ଡ ଆଗେ ବସି

              ଗୁନ୍ଥେ ଫୁଲ ଫିଙ୍ଗି ବାସି

ଗଜରା ସାଙ୍ଗରେ          ଗୋଲାପକୁ ଖଞ୍ଜି

              ବିତାଏ ଜୀବନ ନିତି ।।

ଆଶା ଥିଲା  ତୁମେ     କରିବ ଯତନ

             ଦେବ ପ୍ରେମ,ପ୍ରାଣ,ମନ

ଦେବ ଉପହାର          କରିବ ନିଜର

              ରଖିବ ତା ' ଠାରେ ମନ       ।।

ଜାଣି ନ ପାରିଲ         କେତେ ଭଲ ପାଏ

            ଦେଖି ଲୋକେ ଏ ଜଗତେ

ତେଣୁ ସିନା ଡାକେ         ଗଜରା ସୁନ୍ଦରୀ

              ବଢାଇ ସୁନ୍ଦର ତୋ ' ରି ।।

ବାନ୍ଧିଲେ ଗଜରା           ଗଭାରେ ତୁମର

                 ଲାଗଇ ରୂପ ସୁନ୍ଦର

ଦେଖି ତୁମ ଶୋଭା          ଯାଏ ସିଏ ମରି

              କହେ ଯେ ତୁମେ ତା ' ପରୀ ।।

ସୁଗନ୍ଧ ବାସରେ          ଲାଗିଲେ ନଜର

            ହୁଏ ତା ' ଠାରେ ଜ୍ଵର

ଫୁଲର ମହକେ      ବାୟା ହୋଇ ଯେହ୍ନେ

           ଧାଏଁ ଯେ ପ୍ରେମୀ ଭଅଁର ।।

ଗଜରା ଗୁନ୍ଥିଛି            ଅତି ଜତନରେ

             ବାନ୍ଧିବି ମୁଁ ଯାଇ କେଶେ

ନ କରିବ ମନା        ତୁମ ଘର ଆଗେ

           ଅଚିହ୍ନା ନ ହେବ ମୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance