STORYMIRROR

DAMBURUDHARA BEHERA

Others

3  

DAMBURUDHARA BEHERA

Others

କାଳିଆ ସାଆନ୍ତେ ହୋ ....!

କାଳିଆ ସାଆନ୍ତେ ହୋ ....!

1 min
195

କାଳିଆ ସାଆନ୍ତେ ଡାକନ୍ତି ସଭିଏଁ

ଧନୀ, ଦୀନ, ହୀନ ଜନ

ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ

ଫେଡି ଯେ' ଦୁଇ ନୟନ।।

ହରିବୋଲ ହୁରି ହୁଳୁହୁଳି ଡାକେ

ହରିଥାନ୍ତ ଭକ୍ତ ମନ

ହେ ଚକା ନୟନ କରୁଣା ସାଗର

କପାଳେ ଦେଇ ଚନ୍ଦନ ।।

ମନ କି ବଳୁନି ସୁନା ବେଶ ଲାଗି

ଭକତେ ଆସନ୍ତେ ଧାଇଁ

ତୋ ଟଙ୍କ ତୋରାଣି ଅବଢା ଅଇଁଠା

ତୁଣ୍ଡରେ ଚାଖିବା ପାଇଁ।।

ମହାମାରୀ ଲାଗି ସ୍ତବ୍ଧ ସାରା ବିଶ୍ୱ

ଚାରିଆଡେ ହାହାକାର

ଭୂତାଣୁ ନିମନ୍ତେ ଭକ୍ତ ହେଲେ ଦୂର

ରକ୍ଷା କର ନିରାକାର।।

କରେ ଧରିଥିବା ଚକ୍ର ପେଶି ପ୍ରଭୁ

କର ସମୂଳେ ବିନାଶ

ପତିତ ଉଦ୍ଧାର ପତିତ ପାବନ

ଦେଖିବୁ ସୁନାର ବେଶ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍