STORYMIRROR

DAMBURUDHARA BEHERA

Tragedy Classics

4  

DAMBURUDHARA BEHERA

Tragedy Classics

କବିତା- ଏବେ ଚାରିଆଡେ ଖରାରେ ଧରା

କବିତା- ଏବେ ଚାରିଆଡେ ଖରାରେ ଧରା

1 min
255

  

ଓହ୍ଲେଇ ଆସିଛି ସୁରୁଜ ଦେବତା ପରା !

ଏବେ ଚାରିଆଡେ ଖରାରେ ଧରା... (0)

ବଣ ଜଙ୍ଗଲେ ଲାଗିଛି ନିଆଁ

ମାଟି ମାଁ କାନ୍ଦୁଛି କୁଆଁ କୁଆଁ

ନାହିଁ ତା ' ର ପାଦେ ଘୁଙ୍ଗୁର

ରୁମ୍ ଝୁମ୍ ଶୁଭେ ଏ କାହା ସୁର

ଏବେ ଚାରିଆଡେ ଖରାରେ ଧରା.... (1)

ଖାଁ ଖାଁ ଲାଗେ ଗାଁ ' ର ଦାଣ୍ଡ

ସହରରେ ନାହିଁ ଉଦଣ୍ଡ

ଚାରିଆଡେ ଖାଲି ଫାଙ୍କା ଫାଙ୍କା

ବାଟ ଘାଟ ଦିଶୁଛି ଅଙ୍କାବଙ୍କା

ଏବେ ଚାରିଆଡେ ଖରାରେ ଧରା... (2)

ଆମ୍ବ ପଣସର ଚାଲିଛି ଖଟି

ପଳାସ ନେଇଛି ଗ୍ରୀଷ୍ମ ଅବକାଶ

ତରଭୁଜ କହେ ଖଜୁରୀକୁ ଦେଖି

କାହିଁ ତୁଛଟାରେ ଦେଖୁ ପରେଖି

ଏବେ ଚାରିଆଡେ ଖରାରେ ଧରା (3)

ସରବତ କହେ ପଖାଳ ଭାତ

ମୋତେ କାହିଁ ଲୋକେ ଦେଉଛେ ଲାତ

ପେଟ ବିକଳରେ ହେଉଛେ ଭୀତ

ଲେମ୍ବୁ କହୁଅଛି ଆମେ ସବୁ ପରା ମିତ

ଏବେ ଚାରିଆଡେ ଖରାରେ ଧରା (4)

ବାଟୋଇ କହୁଛି ଆହା କି ତାତି

ପାଣି ପାଇଁ ଏଠି ନାହିଁ ଜାତି ଅଜାତି

ଚପଲ , ଛତା, ଦରକାର ନିହାତି

ଏବେ ଚାରିଆଡେ ଖରାରେ ଧରା... (5)

ଆମ୍ବ ଡାଳେ ବସି କୋଇଲି ସଖି

ଏଡ଼େ ଟାଣ ଖରା କେବେ ନ ଥିଲା ଦେଖି

ତ୍ରାହି ତ୍ରାହି କହେ ବିଶ୍ଵ ନିରେଖି

ଏବେ ଚାରିଆଡେ ଖରାରେ ଧରା (6)

ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି

ମନ ପୋଡ଼ିଗଲେ କିଏ ଜାଣନ୍ତି ?

ଓହ୍ଲେଇ ଆସିଛି ସୁରୁଜ ଦେବତା ପରା !

ଏବେ ଚାରିଆଡେ ଖରାରେ ଧରା (7)

ଜଙ୍ଗଲ କଟି ବସିଛି କଳ

ନିଦାଘ ହେଲାଣି କାଳ

ବିଶ୍ୱବାସୀ ହେଲେ ବିକଳ

ଏବେ ଚାରିଆଡେ ଖରାରେ ଧରା (8)

ଓଜୋନ ଛତାରେ ହେଲାଣି କଣା

ଜ୍ଞାନ , ବିଜ୍ଞାନ ପରା ହେଉଛି ବଣା

ଏକଥା ଆମକୁ କି ମାଦେ ପାଉଣା

ଏବେ ଚାରିଆଡେ ଖରାରେ ଧରା (9)

ବେଳ ଥାଉଥାଉ ସୁଧର

ନ ହେଲେ ବିଶ୍ଵ ହେବ ଅଧିର

ଧରାରୁ ବୋହିବ ରୁଧିର

କାନ ଥାଉ ଥାଉ ଭାଇ ଆମେ ନ ହୁଅ ବଧିର

ଏବେ ଚାରିଆଡେ ଖରାରେ ଧରା(10)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy