STORYMIRROR

DAMBURUDHARA BEHERA

Romance

3  

DAMBURUDHARA BEHERA

Romance

ଚାଲ ସଖି ଜହ୍ନରେ ତୋଳିବା ଘର

ଚାଲ ସଖି ଜହ୍ନରେ ତୋଳିବା ଘର

1 min
246


ଚାଲ ସଖି ଜହ୍ନରେ ତୋଳିବା ଘର 

ମତୁଆଳ ହୋଇ ସଘନେ

ଜହ୍ନର ଜୋଛନା ପିଇବା

ମର୍ତ୍ତ୍ୟ ଛାଡ଼ି ଆମେ ବଞ୍ଚିବା ଜୀବନେ

ଚାଲ ସଖି ଜହ୍ନରେ ତୋଳିବା ଘର ....(୧)


ନିନ୍ଦା, ଅପବାଦ ନ ଶୁଣି ଅକାରଣେ

ମରଣ ମୁହଁରୁ ବଞ୍ଚିବା

ଶୟନ ସପନେ ଜାଗରଣେ ଆମେ

ସନ୍ଧ୍ୟାର ମେଘ ପୀରତିର ରାସ

ସୁଦୂର ଗଗନ ଇନ୍ଦ୍ରଧନୁ ଗୋ

ଦେଖିବା ଆମ ନୟନେ

ଚାଲ ସଖି ଜହ୍ନରେ ତୋଳିବା ଘର .....(୨)


 ଚାନ୍ଦ ନୁହେଁ ତୁମେ, ନୁହେଁ ମୁଁ ନୀଳକଇଁ

 ତଥାପି ଜୀଇଁବାକୁ ହେବ ଆମେ

 ଚାଲ ସଖି ଜହ୍ନରେ ତୋଳିବା ଘର 

ମତୁଆଳ ହୋଇ ସଘନେ

ଜହ୍ନର ଜୋଛନା ପିଇବା......(୩)


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance