STORYMIRROR

DAMBURUDHARA BEHERA

Classics

4  

DAMBURUDHARA BEHERA

Classics

କ୍ରାନ୍ତି

କ୍ରାନ୍ତି

1 min
243


ତ୍ରିରଙ୍ଗା ଆମର ଜାତୀୟ ପତାକା

ଉଡେ ଫର ଫର ହୋଇ,

ଆମ ଗଣତନ୍ତ୍ର ଆମେ ଲୋକତନ୍ତ୍ର

ଲୋକଙ୍କ ଦେଶ ମୋ ଏଇ।।୧।।

ଜାତି ଅଖଣ୍ଡତା ଅମୂଲ୍ୟ ସମ୍ପଦ

ମା' ମାତୃଭୂମି ଆମ ସମ୍ମାନ,

କନା ଖଣ୍ଡେ ବୋଲି ଭାବନାହିଁ କେବେ

ସ୍ଵାଧୀନ ଦେଶର ଯଶ ମହାନ ।।୨।।

ଗଣ ସତ୍ଯାଗ୍ରହୀ ସହୀଦ ସଂଗ୍ରାମୀ

ଫାଶୀ କରିଥିଲେ ବରଣ,

ଜାତୀୟ ସଂଗ୍ରାମେ ଆତ୍ମାବଳି ଦେଇ

ଭୋଗିଥିଲେ କାରାବରଣ ।।୩।।

ଶତ ଶତ ବୀର ସ୍ଵାଧୀନତା ଲାଗି

ଭୋଗିଥିଲେ କାରାବାସ,

ଦେଶ ହିତ ଲାଗି ଦେଶର ସ୍ୱରାଜେ

ରଚିଥିଲେ ଇତିହାସ ।।୪।।

ରଖିବା ଏ ମାନ, କରିବା ସମ୍ମାନ

ଦେଶ ସ୍ବାଭିମାନ ଟେକ,

ଜାତି, ଧର୍ମ,ବର୍ଣ୍ଣ ଭେଦଭାବ ଭୁଲି

ଆମେ ମାଟି ପୁଅ ଏକ ।।୫।।

ସ୍ଵାଧୀନ ଭାରତେ ଏ ଶୁଭ ଦିବସେ

ସଲାମ କରିବା ସର୍ବେ,

ଏକ ସ୍ଵରେ ଆମେ କହିବା ସଭିଏଁ

ଅହିଂସା ସ୍ଵରାଜ ଗର୍ବେ ।।୬।।

ତ୍ରିରଙ୍ଗା ଆମର ଉଡେ ଫର ଫର

କ୍ରାନ୍ତି ର ନାହିଁ ମରଣ,

ଜାତି ଜାତୀୟତା ସଦ୍ଭାବ ସଂହତି

ଆମ ସ୍ବାଭିମାନ ପ୍ରାଣ ।।7।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics