ଶାନ୍ତି
ଶାନ୍ତି
ଏତେ ବ୍ୟସ୍ତ ହୋଇ ଖୋଜୁଛ କାହାକୁ ଆଜି
ପିଲାଦିନ ଭଳି ମାର କୋଳେ
ଧୋର ବାଇଆ ଧୋ ଗୀତ ଶୁଣି ଶୁଣି
ଆସ ଶୋଇଯିବା ନିଘୋଡ ନିଦେ
ଦେହ ଡାଳେ ପ୍ରେମର ଫୁଲ ଫୁଟାଇ
କଲମ କାଗଜେ ନିଜେ ନିଜକୁ ଆଙ୍କି
ଆସ ହୋଇଯିବା କବିଟିଏ ଥରେ
ଖୋଲା ଆକାଶ ପାହାଡ ଝରଣା ବନ ସବୁଜିମା କୋଳେ
ହଜାଇଦେଇ ଏ ପବିତ୍ର ମନ
ସାଉଁଟି ଆଣିବା ସାତ ସମୁଦ୍ରରୁ ମୁକ୍ତାମାନ
ପାଶୋରି ଯିବ ସବୁ ଦୁଃଖର ଅଭୁଲା ଦିନ
କେଉଁଠି ତୁମେ ସୁଖରେ ପାରିବ ରହି
ସବୁଆଡେ ବାରୁଦ ଗନ୍ଧଭରା ଆକାଶ
ଜୁଡବୁଡ ଯନ୍ତ୍ରଣାର କଣ୍ଟକିତ ଗୋଲାପ ଶଯ୍ୟା
ଦେଖିବାକୁ ପଡିବ ଶୋଇ ସବୁଜ ସପନ
ଥାପିଥୁପି ଶୁଆଇ ପାରିବ ତୁମେ
ଉଙ୍କି ମାରୁଥିବା ଇଚ୍ଛାର କଅଁଳ ସୂର୍ଯ୍ୟମାନଙ୍କୁ
ନିଜକୁ ପୁରା ଭୁଲି ଅନ୍ୟକୁ ଦେଖି ଦେଖି
ଅଭିନୟ କର ଗୋଟେ ଛାଇ ମଣିଷ ପରି
ଆଲୋକ ଠାରୁ ରହି ବହୁ ଦୂରେ
ଆଖିରେ କଳାପଟି ବାନ୍ଧି
ଦରାଣ୍ଡି ହେଉଥାଉ ସଦା ମନେ ମନେ
କେହି କାଳେ ଆସିବ
ଗୋଟେ ଶାନ୍ତିର ସକାଳଟିଏ ଧରି