STORYMIRROR

Shashanka sekhar Ray

Classics

3  

Shashanka sekhar Ray

Classics

ଶାନ୍ତି

ଶାନ୍ତି

1 min
172

ଏତେ ବ୍ୟସ୍ତ ହୋଇ ଖୋଜୁଛ କାହାକୁ ଆଜି

ପିଲାଦିନ ଭଳି ମାର କୋଳେ 

ଧୋର ବାଇଆ ଧୋ ଗୀତ ଶୁଣି ଶୁଣି

ଆସ ଶୋଇଯିବା ନିଘୋଡ ନିଦେ

ଦେହ ଡାଳେ ପ୍ରେମର ଫୁଲ ଫୁଟାଇ

କଲମ କାଗଜେ ନିଜେ ନିଜକୁ ଆଙ୍କି

ଆସ ହୋଇଯିବା କବିଟିଏ ଥରେ


ଖୋଲା ଆକାଶ ପାହାଡ ଝରଣା ବନ ସବୁଜିମା କୋଳେ

ହଜାଇଦେଇ ଏ ପବିତ୍ର ମନ

ସାଉଁଟି ଆଣିବା ସାତ ସମୁଦ୍ରରୁ ମୁକ୍ତାମାନ

ପାଶୋରି ଯିବ ସବୁ ଦୁଃଖର ଅଭୁଲା ଦିନ

କେଉଁଠି ତୁମେ ସୁଖରେ ପାରିବ ରହି

ସବୁଆଡେ ବାରୁଦ ଗନ୍ଧଭରା ଆକାଶ

ଜୁଡବୁଡ ଯନ୍ତ୍ରଣାର କଣ୍ଟକିତ ଗୋଲାପ ଶଯ୍ୟା

ଦେଖିବାକୁ ପଡିବ ଶୋଇ ସବୁଜ ସପନ


ଥାପିଥୁପି ଶୁଆଇ ପାରିବ ତୁମେ

ଉଙ୍କି ମାରୁଥିବା ଇଚ୍ଛାର କଅଁଳ ସୂର୍ଯ୍ୟମାନଙ୍କୁ

ନିଜକୁ ପୁରା ଭୁଲି ଅନ୍ୟକୁ ଦେଖି ଦେଖି 

ଅଭିନୟ କର ଗୋଟେ ଛାଇ ମଣିଷ ପରି

ଆଲୋକ ଠାରୁ ରହି ବହୁ ଦୂରେ

ଆଖିରେ କଳାପଟି ବାନ୍ଧି

ଦରାଣ୍ଡି ହେଉଥାଉ ସଦା ମନେ ମନେ 

କେହି କାଳେ ଆସିବ 

ଗୋଟେ ଶାନ୍ତିର ସକାଳଟିଏ ଧରି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics