STORYMIRROR

Nayana Kumar Mohanta

Classics

3  

Nayana Kumar Mohanta

Classics

ରାକ୍ଷୀ'ର ଲୁହ

ରାକ୍ଷୀ'ର ଲୁହ

1 min
299


ହେ ଆକାଶ

ସୀମା'ହୀନ ତବ

ପରିବ୍ୟାପ୍ତ ବିଶାଳ ବୁକୁ'ରେ

ଗ୍ରହ'ରୁ-ଗ୍ରହାଣୁ'ପୁଞ

ମହାଜାଗତିକ ଶକ୍ତି'ର

ନିୟତ-ଖେଳ'ଘର

ହେ-ଆକାଶ

ତୁମ ବିଶାଳ

ଶୂନ୍ୟ-ବୁକୁ'ରେ

ବଞିବା'ର ସପ୍ତ-ରଙ୍ଗୀ

ଆଶା'ର-ଇନ୍ଦ୍ର-ଧନୁ'ରେ

ମମତା'ର ବର୍ଣାଢ଼୍ୟ

ମହୋତ୍ସବ

ଅବନମିତ

   କୋଠର ପୌରୁଷତ୍ୱ ତୁମ

ରାକ୍ଷୀ'ଟିଏ ଅବା

ତୁମ ପ୍ରଲଂବିତ ବାହୁ'ରେ

ଇନ୍ଦ୍ରଧନୁ'ର ବିପୁଳ ମମତା'ରେ

ବାଂଧି'ଦେଇଛି

     କେଉଁ ଦିଗାଂଗନା

ଧନ୍ୟ ତୁମେ ମହାକାଶ

        ଧନ୍ୟ ହେଉ ତୋ ଜୀବନ

କାହାକୁ ମାଗଂତି'ବା ମୁଁ ରାକ୍ଷୀ

        ଥାଉ ମୋ ହାତ ଶୂନ୍ୟ

       ମମତା କି ମାଗିଲେ ମିଳଇ

         ଭଉଣୀ-ହୀନ ଏ ଜୀବନ

                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics