The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nayana Kumar Mohanta

Tragedy

4  

Nayana Kumar Mohanta

Tragedy

କୃଷ୍ଣପକ୍ଷର ନାୟିକା

କୃଷ୍ଣପକ୍ଷର ନାୟିକା

1 min
26


     "କୃଷ୍ଣପକ୍ଷ'ର ନାୟିକା"

      🖤🖤🖤🖤


ମୋ ହୃଦୟ'ର

ବଦ୍ଧଭୂମି ଆକାଶରେ

ରକ୍ତାଭ ଔଜଲ୍ୟ

ନିମିଳିତ ହୋଇନି ଅଦ୍ୟପି,

ବିଦୀର୍ଣ୍ଣ ବୁକୁର

ଛିନ୍ନ ତନ୍ତ୍ରୀରୁ

କ୍ଷରିତ ରୁଧିରେ

ପ୍ଳାବିତ ବଦ୍ଧଭୂମି.....


ସ୍ତବ୍ଧ ହୋଇନି

ଅନ୍ତିମ ସ୍ପନ୍ଦନର

ଅନାହତ ଶବ୍ଦ,

ଗୁଞ୍ଜାୟମାନ ଅଦ୍ୟାବଧି

ଅନ୍ତିମ ଆର୍ତ୍ତନାଦର

କରୁଣ ଗୁଞନ

କର୍ଣ୍ଣ' ପଟହରେ,...


ବିଭତ୍ସ ହତ୍ୟାର

ରକ୍ତାକ୍ତ ସ୍ମୃତି

ଯନ୍ତ୍ରଣା ଜର୍ଜରିତ

କ୍ଷତାକ୍ତ ମାନସେ,.....


ରକ୍ତ-ଛିଟାରେ ସୂର୍ଯ୍ୟ

ଲହିତ ହେବା ପୂର୍ବରୁ,

ଜୀବନ-ଯାଚନା

ଏ ନିରୀହ ହୃଦୟ'ଟିର,

ଦୀର୍ଘ୍ୟସ୍ମୃତି ବିଜଡିତ

ସଜଳ'ସିକ୍ତ ନୟନର

ହୀରକ ଲୁହ କଢେ

ବିମ୍ବିତ କରି

ଫର୍ଦ୍ଦ ଫର୍ଦ୍ଦ

ମିଳନ ବାସନ୍ତୀ

ସନ୍ତ୍ରସ୍ତ-ସନ୍ଧ୍ୟାର

ଚେନାଏ ଆକାଶ ଓ-

ଆଦ୍ୟ-ଆଶାଢ଼ର ବନ୍ୟାରେ 

ପ୍ଳାବିତ ଦୃଷ୍ଟିରେ

ବିଚ୍ଛେଦ-ବାହୁଡ଼ା ପଥ 

ଅବଲୋକନର ସ୍ମୃତିର ଆସ୍ଥାରେ

ମୁହ୍ୟମାନ ହୋଇ,

ଅବିସ୍ମୃତ ଆଶ୍ଳେଷର

ରନ୍ଧ୍ରଭେଦି ନିବିଡ଼ତା,

ଚରମ ପରିତୃପ୍ତିର ବିଲୀନତା,

ଉପଲବ୍ଧିର ବ୍ରହ୍ମବିନ୍ଦୁରେ

ଏକିଭୁତ ହେବାର ଉନ୍ମାଦନା,

ଠୁଳିଭୁତ କରି

ଆଖିର ଦ୍ୟୁତିରେ,

ମାଂସାହାରିଣୀ ମୁନିବାଣୀଙ୍କ

ଅର୍ଗଳ-ବଦ୍ଧ ପାଳିତ ଛାଗ'ଟିଏ ପରି,

ମାଂସ ଲୋଲୁପତାର ଅକ୍ଷାଗ୍ରେ

ଆକୁଳିତ ନୟନେ

ସମ୍ପର୍କ-ଜିଜ୍ଞାସାର

କରୁଣ ସ୍ୱର'ଟିଏ-

        ମେ-ଏ--ଏଏ---ଏଏଏ

        "I love you"

ତଥାପି-

ତଥାପି ହୃଦୟ-ଘାତିନୀର

ଉତ୍ଥିତ ଖଡ୍ଗର

ଶାଣିତ ଧାରରେ

ଅପ୍ରଶମିତ-

    ରକ୍ତ ପିପାସା......

ଯୌବନର ମଦେ

ଚିକ୍ ମିକ୍ ଅସୁମାରୀ

ଆଦିମ ଲାଳସା

ନୟନର କୋଣେ....

ଶୋଷିତ କଙ୍କାଳର 

ବୀର୍ଯ୍ୟେ ପରିପୁଷ୍ଟା

ଜିଘାଂସା ପ୍ରବଣ

ଅଟ୍ଟହାସ୍ୟ ରଳେ

କଙ୍କାଳର ପୃଷ୍ଠେ ପାଦ ଥାପି,

ଜହ୍ନକୁ ସ୍ତନାଗ୍ରେ ଧରିବାର

ବିଟପୀ ଇଚ୍ଛା ମାନଙ୍କର

ଦୂର୍ବାର କାମନା ବହ୍ନିରେ

ଏକ୍ଷଣି-

ମୋ ହୃଦୟଟି

ଦଗ୍ଧିଭୁତ- ମୁଠାଏ ପାଉଁଶ,

ହୁଏତ ମୁଁ-

ଜୀବନ ସିକତାରେ

"ଦାରୁ"ଟିଏ ନଥିଲି,

ତଥାପି-

ତୁମ ବିଶ୍ୱାସର "ନୀଳ ଶୈଳେ"

ମୋତେ କରିନେଲ "ଦାରୁ ବ୍ରହ୍ମ"

ଆଉ ତୁମେ--

ତୁମେ ପାଲଟିଲ "ନୃତ୍ୟ ଛନ୍ଦା"

"ଦେବଦାସୀ"


ସେଇ କୃଷ୍ଣପକ୍ଷ

ବିଭାବରୀ ତଳେ,

ମୋ ଯୂଇର ଶେଷଶିଖା ତଳୁ,

ସାଉଁଟି ଆଣିଲ

ମୁଠାଏ ବିଭୁତି ଭାବି

ମୋ ହୃଦୟର--

ଅର୍ଦ୍ଧଦଗ୍ଧ ଶବ,

ହୁଏତ-

ଗ୍ରୀଷମେ ପାବକେ

ଦଗ୍ଧ ମହୀରୁହେ

ମୌସୁମୀର-

ଉନ୍ମୁକ୍ତ କବରୀରୁ

କଳାମେଘୀ ଚୁର୍ଣ୍ଣ-କୁନ୍ତଳର

ସୁଶୀତଳ ସ୍ପର୍ଶ,

ଅଥବା-

ପୂନର୍ଜନ୍ମଟିଏ

ଯୂଇର ଶେଷଶିଖା ତଳୁ.

             


Rate this content
Log in

Similar oriya poem from Tragedy