ଅସ୍ତରାଗ
ଅସ୍ତରାଗ
ମୋ ହାତ ପାହାନ୍ତାର,
ଯୋଜନ ଦୂରତାରେ,
ଅବାଚୀ ଆକାଶେ,
ଅସ୍ତାଚଳ-ଚୁମ୍ବିତ,
ରକ୍ତ-ରଙ୍ଗା ମିହିର-
ମୃତ୍ୟୁନ୍ମୁଖୀ
ବିରହିଣୀ-ବିଧୁରିତା ପ୍ରାଣା
ବିଖଣ୍ଡିତ କଳେବରା
ନିସଙ୍ଗ-ମେଘା ସଜାଏ
ଆତ୍ମାହୁତିର ଯୂଇ
ବିରହିଣୀ ଚୋକରୀ
ଛନ୍ଦ-ହୀନ କ୍ଳାନ୍ତ ପକ୍ଷ,
ଲକ୍ଷ-ହୀନ ଦିଗନ୍ତର ପଥେ,
ପ୍ରିୟ ଅଙ୍ଗ-ସଙ୍ଗ ଅନ୍ୱେଷାର
ଆତୁର ଆବାହନେ-
କରୁଣ-କାକଳୀ
ସୂର୍ଯ୍ୟ-ମଣ୍ଡଳ ଆର'ପାରିରେ
ତିମିରିତ ଅସୂର୍ଯ୍ୟ-ଜଠରେ
ପତିତା ହେବା ପୂର୍ବରୁ,
ଅନ୍ତିମ ଆର୍ତ୍ତନାଦ'ଟିଏ--
"ମୁଁ ତୁମକୁ ଭଲପାଏ"
"ମୁଁ ତୁମକୁ ଭଲପାଏ"
ଶ୍ରାବ୍ୟ-ହୀନ ଶବ୍ଦ ସବୁ
ଗୁଞିତ---ଅନ୍ତରାଳରୁ
ସତେ କି -- କୃର୍ଷ୍ଣ'ପକ୍ଷର
ବ୍ୟାଧି'ଗ୍ରସ୍ତ ଜହ୍ନର ଅବୟବରୁ,
ଅଥବା---ତୁମ-
ଜରାଜୀର୍ଣ୍ଣା ହୃଦୟ-ପଞରୁ
ମୋ ପୌରୁଷକୁ ହତ୍ୟା'କରେ--
ପରାଭୁତ, "ମୁଁ" ତୁମ-
ନାୟକ-ନିୟତି-ଅପାଙ୍ଗ-