STORYMIRROR

Nayana Kumar Mohanta

Abstract

2  

Nayana Kumar Mohanta

Abstract

ଆକାଂକ୍ଷିତ ଆକାଶ

ଆକାଂକ୍ଷିତ ଆକାଶ

1 min
142

ଉଡ଼୍ଡୀୟମାନ ଗୁଡି'ଟିଏ ମୁଁ

ମୋ ସମ୍ପର୍କର ଡୋର 

ମାଟିରୁ- ଆକାଶ ଯାଏ,

ମୋ ଦୁଇ ଓଷ୍ଠାଧରକୁ ଛୁଇଁ

ପରିବ୍ୟାପ୍ତ-

ଦିଗନ୍ତ'ବିସ୍ତାରି ନୀଳ'ନଭ

ସ୍ତୁପ ସ୍ତୁପ ନୀଳିମାର

ଅସ୍ଥିତ୍ୱ'ବିହୀନ କାୟା


ହାତ ବଢାଇଲେ-

ଛୁଇଁ'ଯାଏ ଦିଗନ୍ତ,

ସୁ-ସୁ ମୃଦୁ'ମଳୟ

ଶ୍ରବଣେ ମୋ ଭାଷେ

ଆତ୍ମୀୟତାର ଏକାନ୍ତ ଭାଷା,

ମୁଠାଇ ଧରି'ହୁଏ-

ଆକାଶର 'ଜହ୍ନ' ଓ 'ନୀଳିମା'


ବିହାୟସ କ୍ରୀଡ଼ାଙ୍ଗନେ ମୋର-

ଶିଶୁ'ସୁଲଭ ଚପଳତାରେ

ଆକାଂକ୍ଷା'ର ତୀବ୍ର ଆଲୋଡ଼ନେ

ମାପି'ନେବାକୁ

ଆକାଶ'ର ପରିସୀମା,

ହେଲେ ମୁଁ-

ଫାଶୀ'ମଞ୍ଚାସୀନ

ଫାଶୀ'ଆସାମୀ ପରି

ଗୋଳା'ରେ ଫାଶୀ'ରଜ୍ଜୁ ପରିବେଷ୍ଟିତ ହୋଇ

ଦିବାସ୍ୱପ୍ନ'ଟିଏ ଅବା ମୁକ୍ତିର

ମୁଠାଏ ଶୂନ୍ୟତା


ଆକାଂକ୍ଷିତ ଆକାଶ ଓ

ମାଟି'ର ମୋହରେ-

ଦୋଦୁଲ୍ୟମାନ 

ପୌରୁଷତ୍ୱ ମୋର

ଅସୀମ ଆକାଶ'ର

ଅସୀମ ଶୂନ୍ୟତାକୁ

ମୁଠାଇ ଧରିବାର

ଅସୁମାରୀ କାମନା ଗୁଡ଼ିକ

ଝରି'ପୋକର 

ନିର୍ବାଣିକ ଆତ୍ମାହୁତି ପରି

କେଉଁ ଥୁଣ୍ଟା ଅଗରେ ଅବା

କେଉଁ ଜଳାଶୟରେ

ଅବା ମାଟିର ନିଳୟେ

ତଳେ ଯେଉଁଠି ସଦା

ମମତା ଝଳେ

ସବୁଜ ଦୂର୍ବାଦଳେ

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract