ଜାରଜ
ଜାରଜ
"ମୁଁ"
ଜୀବ-ସତ୍ତା'ର ପ୍ରାରମ୍ଭିକ ଶବ୍ଦ,
ଆଦି'ରୁ ଅଦ୍ୟାବଧି
"ମୁଁ"--ଅଖଣ୍ଡ ପ୍ରବହମାନ
ବେଦପତି ବ୍ରହ୍ମାଙ୍କ
ଜଠର-ଗୁଞିତ
ଓଁ"କାର ନାଦ'ଠାରୁ,
ଆଦାମ୍ ଓ ଇଭ୍'ର
ଅନାକାଂକ୍ଷିତ କାମନା ଠାରୁ,
ଅହଲ୍ୟା'ଠାରୁ ନିର୍ଭୟା ପର୍ଯ୍ୟନ୍ତ-
କୃର୍ଷ୍ଣ'ଠାରୁ କୌଟିଲ୍ୟ ପର୍ଯ୍ୟନ୍ତ-
ରାମ'ଠାରୁ ରହିମ ପର୍ଯ୍ୟନ୍ତ-
ମୁଁ--ମୁଁ--ମୁଁ--ମୁଁ-----ଅଖଣ୍ଡ
ଆଦିମରୁ----ଅଧୁନା---
ଦୁର୍ମିଳ-ଦାନବ'ର ଶୁକ୍ରାଣୁରେ
ପଦ୍ମାବତୀ ରାଣୀଙ୍କ ଜଠରେ
ଜାରଜ-ଭୃଣ
କଂସ'ଟିଏ "ମୁଁ"---
ପାଣ୍ଡୁ ଧର୍ମ'ପତ୍ନୀ
କୁନ୍ତୀ'ଙ୍କ ଧ୍ୱସ୍ତ-ଜରାୟୁ ଓ
ପଞ୍ଚ-ପାଣ୍ଡବଙ୍କ
ଉତ୍ତରଦାୟାଦ--ମୁଁ..... ମୁଁ..,,
ଆଦିମ-ମାନବର
ସଂଜ୍ଞାହୀନ ସମ୍ପର୍କରେ
ପାଶବ-କାମନା'ଟିଏ "ମୁଁ"
ଆଉରଙ୍ଗଜେବ'ର ବିଳାସ'କକ୍ଷରୁ
ସଂଗୋପିତ କୁଆଁରୀ-ଭୃଣ'ଟିଏ "ମୁଁ"
ଅନାବିଷ୍କୃତ ଜାତି-ପରିଚୟ'ହୀନ
ଅଖଣ୍ଡ ପ୍ରବହମନ
ଧାରା'ଟିଏ "ମୁଁ"-
ଏକ ସମଷ୍ଟି
ହୁଏତ-
ପିରାମିଡ଼୍ ସଭ୍ୟତାରୁ,
ଅଥବା-
ସିନ୍ଧୁ'ସଭ୍ୟତାର କ୍ରୋଡ଼ରୁ
ଆଜି'ଯାଏ ବଞ୍ଚିଥିବା "ମୁଁ"ଟିଏ "ମୁଁ"
କୋଟି'ଯୁଗ ଶୁକ୍ରାଣୁ ସଂଗମର
ପ୍ରବାହ'ଟିଏ "ମୁଁ"....
ମାନବବାଦର ଉଦ୍ଘୋଷକ
ହୁଏତ "ମୁଁ" "ଜାରଜ"--
ତଥାପି---
"ମୁଁ"---ସ୍ୱଚ୍ଛ "ମାନବ"... ।