Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayana Kumar Mohanta

Abstract

2  

Nayana Kumar Mohanta

Abstract

ଆତ୍ମ-ନିନାଦ

ଆତ୍ମ-ନିନାଦ

1 min
2.9K



ହେ-ଅନାଦି ଅନନ୍ତ ବ୍ୟୋମ (ଆକାଶ)

ଅକ୍ଷୟ, ଅମର ସ୍ଥିତି ତୁମ

ଅତିକ୍ରମି ମହାକାଳର ଅବଧି...

ଅସୀମ ପରିବ୍ୟାପ୍ତ

ଗ୍ରହ-ଗ୍ରହାଣୁପୁଞ

ନକ୍ଷତ୍ର, ଛାୟାପଥ ଲଙ୍ଘି,

ସମଗ୍ର ବିଶ୍ୱ-ବ୍ରହ୍ମାଣ୍ଡ

ତୁମ ଗର୍ଭେ ସ୍ଥିତି,..

ସମୟ....

ତୁମ ଅଗୁଳି ନିର୍ଦ୍ଦେଶେ

ଆତ'ଯାତ ହୁଏ......


ହେ ତେଜ'ପୁଞ ତପନ,

ତୁମ ତେଜ ଉଷ୍ମତାରେ-

           ନିଖିଳ-ଜୀବନ

ଜୀବ-ଦେହେ ପ୍ରାଣମୟ ସତ୍ତା

ଧମନୀର ଶୋଣିତ କଣାରେ

ତେଜେ ସୃଷ୍ଟ ସୃଷ୍ଟିର ଫସଲ,

ତୁମେ--ରଜ

ତୁମେ--ବୀର୍ଯ,

ବସୁନ୍ଧରା ମାଟି ଗର୍ଭେ

ଅଙ୍କୁର ଉଦ୍ଗମେ,


ଉଦୟର ନବ'ବିଭା ରାଗେ

ଧରାଧାମେ ଜୀବ'ଚୟ

ଲୋମକୂପ ରନ୍ଧ୍ରେ

ରଚିଯାଅ ଜୀବନର ଯଜ୍ଞ,.....


ବଞ୍ଚିବାର ଅପରାହତ ମହାଯାତ୍ରା

ମହୋଦଧି ଜଳେ,

ଅଣୁସମ କୀଟ ଠାରୁ

ତିମି, ତିମିଙ୍ଗଳେ,

ଭରିଅଛ ଜୀବନ ଷ୍ପନ୍ଦନ,.....


ହେ--ମହାଶୂନ୍ୟ

ସମାହିତ ହେଉ ତୁମ

ନିର୍ବାକ୍ ବିଶାଳତା, ଓ ଅସୀମ ଔଦାର୍ଯ୍ୟ

ନୟନର ଦ୍ୟୁତି'ପଥେ 

ବିଶ୍ୱବାସୀ ସମଗ୍ର ସତ୍ତାରେ...

ଢ଼ାଳିଦିଅ ମାନବ ବକ୍ଷରେ

ତୁମ ଅକ୍ଷୟ-ଅମର-

ସ୍ଥିତି'ର ଦୃଢତା,...

ଲୀନ'ହେଉ ରୋଗ-ଶୋକ-ଜରା.....


ହେ--ଭାସ୍କର ତୁମେ-

ଶକ୍ତିର ଆଧାର,

ତୁମେ-ଶ୍ରଷ୍ଟା ତୁମେ-ଦାତା,

ମୁଁ ମାନବ-

ରେଣୁ'ଟିଏ ସମ,

ବିସ୍ତାରି ମୋ ବାହୁ'ଯୂଗ

ମାଗେ ମୁହିଁ ତେଣୁ,

ଉଦ୍ଗିରିତ ଲାଭା ସମ

ମାନବର ପିଣ୍ଡ-ବ୍ରହ୍ମାଣ୍ଡରେ,

ଟକ୍-ମକ୍ ଫୁଟି'ଉଠୁ

ଶୋଣିତ ପ୍ରବାହ,

ଦିଅ--ଶୌର୍ଯ୍ୟ, ବୀର୍ଯ୍ୟ

ଉର୍ଜସ୍ୱଳ ହେଉ ସ୍ଥୂଳ ଏ ଶରୀର-

ହେଉ ବଜ୍ରକାୟ...


Rate this content
Log in

Similar oriya poem from Abstract