ଅମାବାସ୍ୟା
ଅମାବାସ୍ୟା
ଆଂଶୁମାନ ଅସ୍ତାଞ୍ଚଳେ ଅସ୍ତ
ରଜନୀରାଣୀ ପ୍ରସାରେ କାଳିମା ପଣତ
ନିଶିଚର ପ୍ରାଣୀ ପ୍ରୀତି ଆହ୍ଲାଦ ନିସ୍ବନେ
ନିଶୀଥିନି ଆଗମ ନିଶ୍ଚିତ ।
କେବେ ଜୋସ୍ନା ମଧୁଝରା
ପୁନେଇ ଜହ୍ନରେ
ନିଶିପୁଷ୍ପ ବାସସ୍ନାତ
ଅମାବାସ୍ୟା କୋଳେ
ପ୍ରକୃତି ପୁରଷ ରହେ ଅଭିସାରେ ଲିପ୍ତ।
ଶ୍ରାନ୍ତ ନିଶବ୍ଦ ନିଦ୍ରିତ ନିଶିଥେ
ଅମାବାସ୍ୟା ରାତ୍ରି ବିଶେଷତ ।
ଅମାବାସ୍ୟା ରାତ୍ରି
ପ୍ରଶାନ୍ତ ପ୍ରକୃତି ସୁଷୂପ୍ତି
ନିଶାନ୍ତ ଊଷା ଆଗତେ ଜାଗେ ଉଚ୍ଚାଟନେ
ବିଲୟ ହୁଏ ଦିବସେ
ସାଉଁଟି ପଣତ
କହେ ମାସକରେ ଥରେ
ଆସିବି ନିଶ୍ଚିତ ।
