The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nayana Kumar Mohanta

Abstract

3  

Nayana Kumar Mohanta

Abstract

ମୋକ୍ଷ ସ୍ୱର

ମୋକ୍ଷ ସ୍ୱର

1 min
62


     

ମାତୃ ଜଠରେ

ଭୃଣାଙ୍କୁରର

ପ୍ରଥମ ସ୍ପନ୍ଦନରୁ

ଲବ୍ଧ-ସତ୍ତା "ମୁଁ",..

ଆଉ "ମୁଁ"କାରର

ଅବ୍ୟବହିତ ନିକଟ-ପୂର୍ବ 

ଆଦ୍ୟ ସମୟରୁ

ପ୍ରଲମ୍ବିତ ମହାକାଳର

ଅନନ୍ତ ଅତୀତ..

କଳି,ଦ୍ୱାପର,ତ୍ରେତୟା,ସତ୍ୟ ଅତିକ୍ରମି

ଆଦି ରୁ ଅନାଦିକୁ,

ଅସ୍ତିତ୍ୱ ରୁ ବିଲୀନତା ପର୍ଯ୍ୟନ୍ତ,

ସତ୍ତା ରୁ ଶୂନ୍ୟତାକୁ,

ରୂପ ରୁ ଅରୂପକୁ,

ବଚନ ରୁ ଅନିର୍ବଚକୁ

କେଉଁ ହିରଣ୍ୟଗର୍ଭ ଭେଦି

ଅନ୍ତ-ହୀନ ମହାକାଳର

ଅନାହତ ଘୋ--ଘୋ ମହାର୍ଣ୍ଣବ

ଗ୍ରହ-ତାରା, ସୂର୍ଯ୍ୟ-ମଣ୍ଡଳ

ଛାୟାପଥ ଲଙ୍ଘି

ଶୂନ୍ୟ ରୁମହାଶୂନ୍ୟେ

ପରମେ ପ୍ରଲୀନ କାଳ...


ମୁଁ'ର ସତ୍ତା ଓ ସ୍ଥିତି ଅନ୍ୱେଷାରେ

ମନୋଯାନେ ଆରୋଢ଼ "ମୁଁ"

ନିର୍ବାକ୍-ସ୍ଥବିର,

କାଳର ଅଖଣ୍ଡ ଅତୀତର

ବିଶାଳତାରେ,.....

ଅଣୁ-ପରମାଣୁ ସଦୃଶ 

ସୂକ୍ଷ୍ମଦେହୀ ଅବା-

ଅଦେହୀ "ମୁଁ" ସତ୍ତାହୀନ

ଅନାବିଷ୍କୃତ........


ମହାକାଳର ନିଶ୍ୱାସରୁ-ପ୍ରଶ୍ୱାସ ପର୍ଯ୍ୟନ୍ତ

ପରିମିତ ଅବଧି କାଳରେ

"ମୁଁ"ର ଆଗମ ଓ ନିର୍ଗମ,...

ଅନାକାଂକ୍ଷିତ ଜୀବନ

ଏକ କ୍ରୀତଦାସର...

ବାଲ୍ୟ-କୈଶୋର-ଯୌବନ-ବାର୍ଦ୍ଧକ୍ୟ

ଅବାଞ୍ଛିତ ଆଗମନୀ ଓ-

ବୟସର କ୍ରମାଗତତାର

ଅନିଚ୍ଛାକୃତ ମନ୍ତ୍ର ନିନାଦେ

ଉପଗତ-

ଲଳିତ'ଚର୍ମ "ବାର୍ଦ୍ଧକ୍ୟ".....


କ୍ଳାନ୍ତ-ନୀଳିମା-

କ୍ଳାନ୍ତ-ପବନ,

ଧୂମ୍ରାଭ-ଦିଗନ୍ତ-

ପାଣ୍ଡୁର-ସୟାହ୍ନ,


ସ୍ୱାଦ-ହୀନ ଭୋଜନ

ନିଦ୍ରା-ହୀନ ଶୟନ,

ବଳବତ୍ତର ଇଚ୍ଛା

ଅଥର୍ବ ଇନ୍ଦ୍ରିୟ,

ରୂପ-ରସ-ଗନ୍ଧ-ଶବ୍ଦ

ବ୍ୟାହତ ଜୀବନ,.....

ତଥାପି-

ତଥାପି ମଲା ଗାଈଟି ପରି ନିଥର

              ବାଘ-ଘୋସଡା

ଏଇତ,--

ଦାସତ୍ୱ' ଜୀବନର ମୋକ୍ଷ-ସ୍ୱର,

ଜୀଇଁବାର ସାମଗ୍ରୀକ କାମନାର ପରିଧିରେ

"ମୁଁ" କଣ-

ଇଚ୍ଛାର ଈଶ୍ୱର---?


Rate this content
Log in

Similar oriya poem from Abstract