ଏଇତ ଜୀବନ
ଏଇତ ଜୀବନ
ସୁଖ,ଦୁଃଖ,ହସ,କାନ୍ଦ,ସମିଶ୍ରଣ
ହରଣ, ଗୁଣନ, ଫେଢ଼ାଣ
ଭାଜ୍ୟ, ଭାଜକ, ଭାଗଫଳ,ମିଶାଣ
ଭାଗଶେଷେ ଅନ୍ତିମ ଜାଣ ।।
ଜନ୍ମ,ମୃତ୍ୟୁ,ପାପ,ପୁଣ୍ୟ ତା ' ଭୂଷଣ
କର୍ମ ଘେନି ପାଏ କଷଣ
ଲୋଭ,ମୋହ,ମାୟା ସଂସାର ଜୀବନ
ଅଧର୍ମରେ ହୁଏ ମରଣ ।।
ଏଇତ ଜୀବନ ଏଇତ କାରଣ
ଅଜପା ଜପରେ ପ୍ରସନ୍ନ
ଆତ୍ମା ,ପରମାତ୍ମା ତ୍ରିବେଣୀ ସଙ୍ଗମ
ପ୍ରତିକ୍ଷଣ ଘଟେ ନିଷ୍ପନ୍ନ ।।
***************************