STORYMIRROR

Sujata Pati

Classics Inspirational

4  

Sujata Pati

Classics Inspirational

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
247


ପ୍ରେମ ସିନା ଅଟେ ଅଢେଇ ଅକ୍ଷର

  ପ୍ରେମ ହିଁ ସ୍ମୃତିର ସାଗର

ପ୍ରେମ ହିଁ ଈଶ୍ବର ପ୍ରେମ ହିଁ ଶାଶ୍ବତ

 ପ୍ରେମ ଅଟେ ସତ୍ଯ ସୁନ୍ଦର।


ପ୍ରେମ ଅଟେ ଏକ ପ୍ରସ୍ଫୁଟିତ ଫୁଲ

 ମନ ଭିଜେ ତା' ମହକରେ

ନିଜେ ଦୁଃଖ ପାଇ ଅନ୍ଯକୁ ହସାଇ

  ନିଜେ ଖୁସି ପାଏ ତ୍ଯାଗରେ।


ପ୍ରେମ ହିଁ ଆନନ୍ଦ ପ୍ରେମ ହିଁ ବିଶ୍ବାସ

  ପ୍ରେମରେ ହସେ ସଂସାର

ପ୍ରେମ ଶୂନ୍ଯ ହେଲେ ପରିବାରେ ଦୁଃଖ

  ସମ୍ପର୍କ ତ ମରୁଭୂମିର ।


ପ୍ରେମ ଶବ୍ଦ ଏକା ପ୍ରଜୁଯ୍ଯ ନୁହଁଇ

 ପ୍ରେମିକ ପ୍ରେମିକା ପାଇଁ

ପଶୁ ପକ୍ଷୀ ମଧ୍ଯ ପ୍ରେମକୁ ବୁଝନ୍ତି

  ଭ୍ରମର ଯେ ଫୁଲ ପାଇଁ।


ହିଂସ୍ର ଜନ୍ତୁଟିଏ ପୋଷା ମାନିଥାଏ

 ପ୍ରେମରେ ପାଳିତ ହେଲେ

ପ୍ରେମ ଦେଲେ ତାକୁ ପଶୁତ୍ବ ରହେନି

  ବନ୍ଧୁତା ସ୍ଥାପନ କଲେ।


ପ୍ରେମ ତ କେବଳ ଶ୍ରଦ୍ଧା କୁ ବୁଝାଏ

 ସମସ୍ତଙ୍କ ସଂଗେ ହୁଏ

ବାପ ପୁଅ ମଧ୍ଯେ ମା ଝିଅ ମଧ୍ଯେ

  ଗୁରୁ ଶିଷ୍ଯେ ପ୍ରେମ ହୁଏ।


ପ୍ରେମରେ ସବୁ ତ ହୁଏ ଅନୁକୂଳ

  ଯଦି ପ୍ରେମ ହୁଏ ସତ୍ଯର

ପ୍ରେମ ତ ଆହୁରି ମଧୁର ହୁଅଇ

  ଭଗବାନ ସହ ଭକ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics