STORYMIRROR

Mamatamanjari Das

Classics

4  

Mamatamanjari Das

Classics

ମନ ମୋ କହୁଛି....

ମନ ମୋ କହୁଛି....

1 min
485


ତୁଳସୀ ହେବାକୁ ଆଶା ନାହିଁ ମୋର

ଲାଗି ହେବି ତୁମ ମଥାରେ

ଫୁଲଟି ହେବାକୁ ମନ ମୋ କହୁଛି

ଲାଗି ହେବି ତୁମ ଶ୍ରୀପୟରେ।


ଗୋପୀ ହେବାପାଇଁ ମନ କହୁନାହିଁ

ରାସ ରଚିବି ଯାଇ କୁଞ୍ଜରେ

ଦେବଦାସୀ ଟିଏ ହେବାପାଇଁ ମନ

ତୁମ ଭାବେ ମଜ୍ଜି ନାଚିବି ଘଙ୍ଗୁର ଛନ୍ଦରେ।


ସୁଉଚ୍ଚ ପର୍ବତ ହେବିନାହିଁ କେବେ

ନଭଶ୍ଚୁମ୍ବୀ ଛିଡା ହେବି

ବାଲି ରେଣୁ ଟିଏ କରିଦେବ ଯଦି

ଶ୍ରୀକ୍ଷେତ୍ର ଧାମେ ରହିବି ।


କୃଷ୍ଣା ହେବାପାଇଁ ମନ କହୁନାହିଁ

କୋଟି ବସ୍ତ୍ର ମୋତେ ଦେବ

ସୁଦାମା ଭଳିଆ ହେବାକୁ ଚାହୁଁଛି

ଖୁଦଭଜା ମୋର ଖାଇବ ।


ରାଧା ହେବାପାଇଁ ମନ ମୋ କରୁନି

ହେବାପାଇଁ ଚାହେଁ ମୀରା

ତୁମନାମ ରସେ ହୃଦୟ ହଜିବ

ହାତେ ଥିବ ତାନପୁରା ।


ଜଳନ୍ଧର ପରି ହେବାକୁ ଚାହୁଁନି

ତୁମ ଅନିଛାରେ ମୋର ବନ୍ଧୁ ହେବ

ଫାଲ୍ଗୁନୀ ପରି ବନ୍ଧୁ ହେବାକୁ ଚାହୁଁଛି

ସାଥିରେ ଥାଇ ମୋ ମାରଗ ଦେଖାଉ ଥିବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics