STORYMIRROR

T.Durga Prasad Rao

Classics Others

4  

T.Durga Prasad Rao

Classics Others

ଏ ନୁହେଁ ପ୍ରକୃଷ୍ଟ ସମୟ

ଏ ନୁହେଁ ପ୍ରକୃଷ୍ଟ ସମୟ

1 min
161


ମନେ ହେଲା,

କେହି ତ ଜଣେ ସନ୍ନ୍ୟାସୀ ଆଗେଇ ଆସିଛି

ସବୁ ପାରିବାରିକ ବନ୍ଧନ ତୁଟେଇ,

ସ୍ୱାର୍ଥର ତରାଜୁରେ ତଉଲୁଥିବା ମଣିଷଙ୍କ ଠାରୁ ଭିନ୍ନ

ସମତାର ମନ୍ତ୍ରରେ ଉଦ୍ବୁଦ୍ଧ କରିବ,

ଗଢ଼ିବ ମଣିଷ।


ଆସନ ଆଉ ଶାସନର ଲୋଭରେ,

ଜାତି, ଧର୍ମରେ ବାଣ୍ଟୁଥିବା ସ୍ୱାର୍ଥୀ ମଣିଷଙ୍କୁ

ନିଜ ନିଷ୍ଠା ଓ ସଚ୍ଚୋଟପଣିଆର ଖଡ୍ଗମୁନରେ

ଦେବ ସମୁଚିତ ଶିକ୍ଷା।


ବଜ୍ର ଗମ୍ଭୀର ତାର କଣ୍ଠ ନିସୃତ ଶବ୍ଦ

ବତ୍କୃତା ତାର ମେଘର ପାଚେରୀକୁ

କରି ଦେଇପାରେ ଥରକରେ ଧରାଶାୟୀ

ମଣିଷ ପାଗଳ, ଉର୍ଦ୍ଧ୍ୱମୁଖା ତାର କଥାରେ

ହଁ, ହେବ କିଛି ନିଆରା,

କିଛି ତ ବଦଳିବ ଏ ଦେଶର ଚିତ୍ର

କିଛି ପ୍ରଗତି, କିଛି ବିକାଶ।


ହେଲେ ଭୁଲିଯାଇଛି ଏ ଦେଶ ମଣିଷ,

ପୁରିଛି ସ୍ୱାଧୀନତାର ସତୁରୀ ବରଷ

ନେତା ଶିଖି ନାହିଁ କିଛି,

ଜାତି, ଧର୍ମର ରାଜନୀତି ବ୍ୟତୀତ।


ନେତା ଖୋଜେ ବିଭାଜନ

ଭାଷାରେ

ଜାତିରେ

ଧର୍ମରେ

କରି ମାନବିକତାର ଅପଚୟ

ଗାନ୍ଧୀ ତୁମେ,

ପୁନର୍ଜନ୍ମ ନେବାକୁ ଯଦି ଭାବୁଥାଅ,

ଫେରିଯାଅ

ଏ ନୁହେଁ ତୁମ ପାଇଁ ପ୍ରକୃଷ୍ଟ ସମୟ

ଏ ନୁହେଁ ତୁମ ପାଇଁ ପ୍ରକୃଷ୍ଟ ସମୟ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics