STORYMIRROR

T.Durga Prasad Rao

Others

3  

T.Durga Prasad Rao

Others

ଗଳା ପଥ

ଗଳା ପଥ

1 min
122


ମାନବର ଚିତ୍ତ, ପ୍ରାଣ ଆଜି ବିବର୍ତ୍ତିତ

ଅର୍ଥର ପ୍ରଲୋଭନ ବାନ୍ଧିଛି ତା ଚକ୍ଷୁରେ ଅନ୍ଧର ପୁଟୁଳି

ଉପକାର ପ୍ରତି ବଦଳରେ ଲୋଡ଼ା ଅର୍ଥ,

ଦଣ୍ଡର ଭୟ ଦେଖାଇ ମାଗେ ଅର୍ଥ,

ସମ୍ପର୍କର ପରିଭାଷା ଆଜି ଅର୍ଥ,

ସମୟର ମାପଦଣ୍ଡ ପୁଣି ଅର୍ଥ

ଅର୍ଥ ବିନା ପାଦେ ଚାଲିବାକୁ

ଜୀବନ ଏଠି କୁଣ୍ଠିତ।


ଜନ୍ମଠାରୁ ମୃତ୍ୟୁ ଯାଏଁ ଯାବତୀୟ କ୍ରିୟାରେ

ମାନବ ଆଜି ଅର୍ଥର କ୍ରୀତଦାସ ସାଜି

ପଣ୍ୟଦ୍ରବ୍ୟ ଭଳି ବିକ୍ରି ହୋଇଯାଉଛି

ନିଜେ ନିଜ ପାଖରେ

ନିଜର ଦୁର୍ମୂଲ୍ୟ ମାନବିକତା ଆଜି

ଅର୍ଥର ଶାଣିତ ଖଡ୍ଗ ଆଗରେ ଶତଖଣ୍ଡ

ଆତ୍ମାବିହୀନ ଶରୀରର ବୋଝ ବୋହି

ଅପାରଗ ଜୀବନ

ଆଜି ନର୍କର ଦ୍ୱାର ଦେଶରେ

ତଥାପି ମୂଢ଼ ମାନବ

ଅର୍ଥ ବଳରେ ଖୋଜୁଛି ଗଳା ପଥ

ଈଶ୍ୱରଙ୍କୁ ଦେଇ କିଛି ପାରିତୋଷିକ

ପହଞ୍ଚିଯିବ ନର୍କରୁ ସ୍ୱର୍ଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍