STORYMIRROR

T.Durga Prasad Rao

Abstract

3  

T.Durga Prasad Rao

Abstract

ଆଉ କେତେ ଦିନ?

ଆଉ କେତେ ଦିନ?

1 min
11.5K

ଆଉ କେତେ ଦିନ?

କେତେ ଦିନ ନିଜକୁ ଅସହାୟ କରି ତୋଳିବା?

ଦଳୀୟ ପ୍ରାର୍ଥୀର ନିର୍ଦ୍ଦେଶରେ ତାର ବୁକୁଚା ବୋହିବା?

ମାତ୍ର କିଛି ଟଙ୍କାର ଲୋଭରେ ନିଜ ଭୋଟକୁ ବିକିବା?

କେତେ ଦିନ?

 

ଆଉ କେତେ ଦିନ?

କେତେ ଦିନ ଚାଲିଥିବ ଆମର ଏ ସଂଘର୍ଷ?

ଅନିଚ୍ଛା ସତ୍ତ୍ୱେ ଗଡ଼ୁଥିବ ଆମ ବିବେକ, କିଛି ମୁଷ୍ଟିମେୟଙ୍କ ପାଦ ତଳେ ବର୍ଷ ବର୍ଷ?

ଧର୍ମ ନାଁରେ ଜଣେ ଅପରର କ୍ଷତି ଘଟାଇ ହେଉଥିବା ହର୍ଷ?

କେତେ ଦିନ?

 

କିଏ କହୁଛି ଇସ୍.ଲାମ୍ ଆମ ପାଇଁ ଅଭିଶାପ,

କିଏ କହୁଛି ହିନ୍ଦୁସ୍ତାନରେ ହିନ୍ଦୁ ହୋଇ ରହିବା ପାପ।

ଘୃଣାର ବୀଜ ବୁଣୁଥିବା ଏଇ ମହାମହିମମାନଙ୍କୁ ଚିହ୍ନନ୍ତୁ

ଯିଏ ଭାରତ ଓ ଭାରତୀୟତାକୁ ନଷ୍ଟ କରୁଥିବା ଆତଙ୍କିଙ୍କ ପ୍ରତିରୂପ।

 

ସମ୍ମୋହନରୁ ବାହାରି ଆସ ଭାଇ ଓ ଭଉଣୀ

ଏ ନୁହେଁ ହିନ୍ଦୁ, ଶିଖ୍, ଇଶାଇ, ଇସ୍.ଲାମର କାହାଣୀ

ସତ୍ତାରୁଢ଼ ଓ ସତ୍ତାରୁଢ଼ ହେବା ଆଶାୟୀମାନଙ୍କ ଏ ଜାଳିଥିବା ଧୁନି

ଅବୁଝା ହୋଇ ଡେଇଁଲେ ଜଳିଯିବ ପୁଣି।

 

ମନେ ପକାଅ ପ୍ରେମର ବାର୍ତା ବାଣ୍ଟୁଥିବା ମନିଷୀମାନଙ୍କୁ

ହିନ୍ଦୁ ତୁମେ ମନାଅ ରାମଙ୍କୁ

ମୁସ୍.ଲିମ୍ ତୁମେ ମନାଅ ଆଲ୍ଲାଙ୍କୁ

ଇଶାଇ ତୁମେ ମନାଅ ଯୀଶୁଙ୍କୁ

ଈଶ୍ୱର ଏକ, ଚେତିବେ ସଭିଙ୍କ ଲହୁରେ ଲୁହରେ

ଘୃଣାର ବିଷ ପିଇ ସଞ୍ଚାରିବେ ପ୍ରେମର ଅମୃତ

ସେଇଦିନ

ରାମ ଉଭା ହେବେ ମସ୍.ଜିଦ୍ ସ୍ଥଳେ,

ଆଲ୍ଲା ଦେଖା ଦେବେ ପବିତ୍ର ଗୁରୁଦ୍ୱାରେ

ଯୀଶୁ ହସିବେ ହିନ୍ଦୁଙ୍କ ମନ୍ଦିରେ ମଠରେ।

ଅପେକ୍ଷା ସେଇଦିନକୁ...

ମଣିଷପଣିଆ ଆମ ଲେଉଟିବ ଯେଉଁଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract