Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others

2  

T.Durga Prasad Rao

Others

ଫେରିଆସ ପ୍ରିୟେ

ଫେରିଆସ ପ୍ରିୟେ

1 min
111


କାହା ଚାହାଣୀଟି ଝୁରେ ଆଜି ବି ତୁମ ଶ୍ରୀମୁଖ

ସେ ଚାହାଣୀ ଅନ୍ତଃ ସ୍ଥଳେ ଦେଖି ଯା’ ତୁମ ପ୍ରତୀକ l


ସମୀର ସଞ୍ଚାରେ କର୍ଣ୍ଣେ ତୁମ ଚାପା ଗୁଞ୍ଜରଣ

ସେ ସଞ୍ଚାର ମର୍ମେ ଭେଦେ ଅନଳ ସ୍ଫୁଲିଙ୍ଗ ସମ

ତୁମ ପ୍ରତୀକ୍ଷାର ସଞ୍ଜ ସରିନି ଏ ଯାଏଁ ଦେଖ

କାହା ଚାହାଣୀଟି ଝୁରେ ଆଜି ବି ତୁମ ଶ୍ରୀମୁଖ l


ସେଇତ ପାଦପ କୋଳ, ସେଇ ଝରଣାର ଜଳ

ଦିଶେ ତୁମ ମୁଖରେଖା ଜାଳି ହୃଦ ତିଳ ତିଳ

ତୁମ ହସ ଧାର ମୋତେ ସାଜଇ ନିତି ଭାବୁକ

କାହା ଚାହାଣୀଟି ଝୁରେ ଆଜି ବି ତୁମ ଶ୍ରୀମୁଖ l


ଏକାକୀ ପଥ ନିର୍ଜନ, ଲାଗେ ସବୁ ଶୂନ୍ୟ ଶୂନ୍ୟ

ଜୀବନର ଚଲା ପଥେ, ଦିଗହରା ଅକୀଞ୍ଚନ

ଫେରିଆସ ଅଭିମାନୀ ଅସହ୍ୟ ଲାଗେ ଏ ଶୋକ

କାହା ଚାହାଣୀଟି ଝୁରେ ଆଜି ବି ତୁମ ଶ୍ରୀମୁଖ l



Rate this content
Log in