STORYMIRROR

T.Durga Prasad Rao

Romance

4  

T.Durga Prasad Rao

Romance

ହେ ସମୟ! ରହିଯା ତୁ କ୍ଷଣେ

ହେ ସମୟ! ରହିଯା ତୁ କ୍ଷଣେ

1 min
411

ପଶ୍ଚିମା ସୁରୁଜ ଖସେ ହସ ହସ ମୁଖେ

ନିମ୍ନେ ଅର୍ଣ୍ଣସ ଝଟକେ କିରୀଟ କିରଣେ

ଦିବା ଅନ୍ତେ ଦିବାକର ପଥକ୍ଳାନ୍ତି ହାରେ

ମଥା ଥୋଇ ଋଷିକୂଲ୍ୟା ଚରଣ ଶରଣେ

ହେ ସମୟ! ରହିଯା ତୁ କ୍ଷଣେ

ମୋ ସ୍ପନ୍ଦନ ମାପିବାକୁ ଆସୁଅଛି ଜଣେ।


ତପୋମଗ୍ନ ମୁନି ଜଟା ପ୍ରାୟେ ସ୍ଥିତପ୍ରଜ୍ଞ

ଶୁକୁଆଖାଇ ଶୃଙ୍ଗୀର ପ୍ରତିଧ୍ୱନୀ ଶୁଣେ

ସେ ସୁରରେ ଭାସି ଆସେ କାହା ସୁଧା ନାମ

ହୃଦୟର ମର୍ମସ୍ଥଳୁ ମୁଁ ଯେ ଗୁଣୁ ଗୁଣେ

ହେ ସମୟ! ରହିଯା ତୁ କ୍ଷଣେ

ମୋ ସ୍ପନ୍ଦନ ମାପିବାକୁ ଆସୁଅଛି ଜଣେ।


ଏ ତୁଠ ପାବଚ୍ଛ, ଏ ଗୋଧୂଳୀର ସଞ୍ଜ

ଗବ ଗ୍ରୀବାସ୍ଥ ଘଣ୍ଟିର ରୁଣୁଝୁଣୁ ତାନେ

ନୀଡ଼ମନା ନଗୌକାଃଙ୍କ କଣ୍ଠେ ବୀଣାନାଦ

ସ୍ୱାଗତ କରନ୍ତି ସତେ ପ୍ରୀତି ସମ୍ଭାଷଣେ

ହେ ସମୟ! ରହିଯା ତୁ କ୍ଷଣେ

ମୋ ସ୍ପନ୍ଦନ ମାପିବାକୁ ଆସୁଅଛି ଜଣେ।


ତା ଆସିବା ଭାବନାରେ ଭରିଯାଏ ମନ

ଆନନ୍ଦର ଅଶ୍ରୁ ବହିଯାଏ ନେତ୍ରକୋଣେ

ଅନ୍ତ ହେବ ପ୍ରତୀକ୍ଷାର ଆସିବ ମୋ ପ୍ରୀୟା

ଏ ସାୟାହ୍ନ ପଟ୍ଟଚିତ୍ର ରହିଯିବ ମନେ

ହେ ସମୟ! ରହିଯା ତୁ କ୍ଷଣେ

ଦେଖିଯିବୁ ମାନସୀକୁ ଏ ଶୁଭ ଲଗନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance