STORYMIRROR

T.Durga Prasad Rao

Fantasy

4  

T.Durga Prasad Rao

Fantasy

ଶୀତ ପୁଣି ଥରେ

ଶୀତ ପୁଣି ଥରେ

1 min
433


କମ୍ପିତ ଅଧର

ଶୀତ ଅବା ପ୍ରୀୟର ପରଶେ

ଅବୁଝା ଏ ନିଶବ୍ଦ ରାତି

ଚୁପ୍ ଚାପ୍ ଢ଼ାଳି ଚାଲେ ରଜତ କଣିକା

ମୁଖ ସାରା, ଦେହ ସାରା

ତମସା ବା କାହିଁ?


ଶୀତ ଆସିଛି ପୁଣି ଥରେ

ରାତିର ଚାଦର ଘୋଡ଼ାଇ

ପଲକହୀନ ଦୃଷ୍ଟି ଆଡ଼େଇ

ଲୁଚାଇ ଅଙ୍ଗ ମାଧୁର୍ଯ୍ୟ

ଲୁଚି ଲୁଚି ଛପି ଛପି ।


ଉତ୍ତପ୍ତ ନିଶ୍ୱାସ ପ୍ରୀୟର

ସାନ୍ନିଧ୍ୟର ବୀଜମନ୍ତ୍ରେ ମନ ଓ ଶରୀର

କୁଟିଳ ହସର ଗାର ଶୀତର ଅଧରେ

ଛୁଇଁ ଦେଇ ଯାଏ ଯେବେ

ବଢ଼ିଯାଏ ନିବିଡ଼ତା ଓଠ ଓ ଓଠର ।


ଚତୁର୍ଦ୍ଦିଗ କୁହୁଡ଼ିଆ             

ଉତ୍ତେଜନାର ପ୍ରାବଲ୍ୟ

ବୁଝିବା ଭାରି ମୁସ୍କିଲ୍

ଶୀତ ଆସେ

ଅବା ଆସେ ପ୍ରେମର ଜୁଆର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy